୨୩ରୁ ବର୍ଷା: ୨୫ରେ ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ବର : ବାତ୍ୟା ଉତ୍ତର ଓଡ଼ିଶାକୁ ସ୍ପର୍ଶ କରିବା ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୨୪ ତାରିଖ ରାତି କିମ୍ବା ୨୫ ସକାଳ ସୁଦ୍ଧା ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ଉପକୂଳ ଛୁଇଁପାରେ ବାତ୍ୟା । ଏହି ସମୟରେ ବାତ୍ୟାର ରୂପ ଭୀଷଣ ରହିବା ସହିତ ପବନର ବେଗ ୧୦୦ରୁ ୧୨୦ କିମି ଘଣ୍ଟା ପ୍ରତି ରହିପାରେ । ୨୪ ତାରିଖ ପାଇଁ  ୭ ଜିଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।  ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୨୫ ତାରିଖ ପାଇଁ କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇପାରେ । ୨୪ ଓ ୨୫ ତାରିଖକୁ ପ୍ରବଳ ବର୍ଷା ହୋଇପାରେ ।  ଅନ୍ୟପଟେ ବାତ୍ୟାର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ବସିଛି । ବୈଠକରେ ରାଜସ୍ବମନ୍ତ୍ରୀ, ମୁଖ୍ୟ ସଚିବ, ଏସଆରସି, କୃଷି ସଚିବ, ଅଗ୍ନିଶମ ଡିଜି, ଆଇନଶୃଙ୍ଖଳା ଏଡିଜି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.