ଦିଲ୍ଲୀ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ଆପ୍
ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆମ ଆଦମୀ ପାର୍ଟି(ଆପ୍) ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୧୧ ପ୍ରାର୍ଥୀଙ୍କ ନାମ ରହିଛି। ସେମାନଙ୍କ ମଧ୍ୟରୁ ୬ ଏପରି ପ୍ରାର୍ଥୀ ଅଛନ୍ତି, ଯେଉଁମାନେ ନିକଟରେ କଂଗ୍ରେସ ଓ ବିଜେପି ଛାଡ଼ି ଆପ୍ରେ ସାମିଲ ହୋଇଛନ୍ତି। ଏହି ନେତାମାନଙ୍କୁ ଅରବିନ୍ଦ କେଜ୍ରିଓ୍ବାଲ ନିଜେ ଦଳରେ ସାମିଲ କରିଥିଲେ। ୨ ଜଣ ବିଜେପିର ବିଧାୟକ ବି ରହିଥିଲେ।
ଦଳ ଘୋଷଣା କରିଥିବା ୧୧ ପ୍ରାର୍ଥୀ ହେଉଛନ୍ତି ବ୍ରହ୍ମା ସିଂହ ତଂଓର(ଛତରପୁର), ଅନୀଲ ଝା’ (କିରାଡ଼ି), ଦୀପକ ସିଂଘଲା(ବିଶ୍ଵାସ ନଗର), ସରିତା ସିଂହ(ରୋହତାସ ନଗର), ବି.ବି. ତ୍ୟାଗୀ (ଲକ୍ଷ୍ମୀ ନଗର), ରାମ ସିଂହ(ବଦରପୁର), ଜୁବୈର ଚୌଧୁରୀ (ସିଲମପୁର), ବୀର ସିଂହ ଘୀଙ୍ଗାନ (ସୀମାପୁରୀ), ଗୌରବ ଶର୍ମା(ଘୋଣ୍ଡା), ମନୋଜ ତ୍ୟାଗୀ(କରାବଲ ନଗର) ଏବଂ ସୁମେଶ ସୌକୀନ (ମଟିୟାଲା)
Comments are closed.