www.samajalive.in
Saturday, December 13, 2025
26.1 C
Bhubaneswar

ଫଳାଫଳ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ବୁଧବାର ମତଦାନ ଶେଷ ହୋଇଛି। ନଭେମ୍ବର ୨୩ରେ ଭୋଟ ଗଣତି ହେବ ଏବଂ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ମହାବିକାଶ ଅଘାଡ଼ି(ଏମଭିଏ) ନେତାମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି।

ଏମଭିଏର ସହଯୋଗୀ ଦଳ ତଥା କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ କହିଛନ୍ତି ଯେ, ନୂଆ ସରକାର ଗଠନ ହେଲେ ମୁଖ୍ୟମନ୍ତ୍ରୀ କଂଗ୍ରେସରୁ ହେବେ। ସେପଟେ ଅନ୍ୟତମ ସହଯୋଗୀ ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ପଟୋଲେଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଆମେ ତାହାକୁ ଗ୍ରହଣ କରିବୁ ନାହିଁ ବୋଲି କହିଛନ୍ତି।

- Advertisement -

ପଟୋଲେ ଏବଂ ସଞ୍ଜୟ ରାଉତଙ୍କ ମଧ୍ୟରେ କଥା କଟାକଟି ହେବା ଘଟଣା ପ୍ରଥମ ଥର ନୁହେଁ। ପୂର୍ବରୁ ହରିୟାଣାରେ କଂଗ୍ରେସର ପରାଜୟ ଉପରେ ଶିବସେନା ନେତା ସଞ୍ଜୟ ରାଉତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହା ପରେ ଏମଭିଏ ବୈଠକ ପୂର୍ବରୁ କଂଗ୍ରେସର ପ୍ରଦେଶ ସଭାପତି ପଟୋଲେ ରାଉତଙ୍କ ମନ୍ତବ୍ୟର ପ୍ରତିଜବାବ ଦେଇଥିଲେ। ସେ କହିଥିଲେ, ସଞ୍ଜୟ ରାଉତ କେଉଁ ଆଧାରରେ କହିଲେ ସେ ଜାଣିନାହାନ୍ତି, କିନ୍ତୁ ମେଣ୍ଟ ସହଯୋଗୀ ଦଳ ଉପରେ ଏପରି ସାର୍ବଜନୀନ ଭାବେ ଅଭିଯୋଗ କରିବା ଅନୁଚିତ। ସଞ୍ଜୟଙ୍କ ମନ୍ତବ୍ୟ ଉପରେ ଆପତ୍ତି ଜଣାଉଛୁ ବୋଲି ପଟୋଲେ କହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories