www.samajalive.in
Monday, December 15, 2025
27.1 C
Bhubaneswar

ବାତ୍ୟା ଗୁଲାବ: ଟ୍ରେନ୍ ବାତିଲ ଓ ଗତିପଥ ପରିବର୍ତ୍ତନ

ରବିବାର ସନ୍ଧ୍ୟାରେ ସାମୁଦ୍ରିକ ବାତ୍ୟା ଗୁଲାବ ଉତ୍ତର ଆନ୍ଧ୍ରପ୍ରଦେଶ – କଳିଙ୍ଗପାଟନମ୍ ଏବଂ ଗୋପାଳପୁର ମଧ୍ୟରେ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ଥିବାରୁ, ଦକ୍ଷିଣ କେନ୍ଦ୍ରୀୟ ରେଳବାଇ କେତେକ ଟ୍ରେନ ବାତିଲ କରାଯାଇଥିବା ବେଳେ ଅନ୍ୟ କେତେକ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି।

ରେଳବାଇ ଦ୍ୱାରା ଜାରି ସୂଚନା ଅନୁଯାୟୀ ୦୭୦୨୫ ଭୁବନେଶ୍ୱର – ସିକନ୍ଦରାବାଦ, ୦୨୦୭୧ ଭୁବନେଶ୍ୱର – ତିରୁପତି, ୦୨୦୭୨ ତିରୁପତି – ଭୁବନେଶ୍ୱର, ୦୧୮୫୯ ପୁରୀ – ଚେନ୍ନାଇ ସେଣ୍ଟ୍ରାଲ, ଚେନ୍ନାଇ ସେଣ୍ଟ୍ରାଲ୍ – ପୁରୀ, ୦୨୦୮୫ ସମ୍ବଲପୁର – ନାଁଦେଦ, ୦୨୦୮୬ ନାଁଦେଦ – ସମ୍ବଲପୁର ଏବଂ ୦୭୨୪୪ ରାୟଗଡା – ଗୁଣ୍ଟୁର ବାତିଲ କରାଯାଉଛି।

- Advertisement -

ସେହିପରି ଟ୍ରେନ୍ ନମ୍ବର ୦୮୪୦୧ ପୁରୀ-ଓଖା ଟ୍ରେନ୍ ଆଜି ଖୋର୍ଦ୍ଧା ରୋଡ଼ ଅନୁଗୁଳ-ସମ୍ବଲପୁର ଟିଟିଆଗଡ-ଲାଖୋଲି-ବଲହରଶାର ଗତିପଥ ପରିବର୍ତ୍ତନ କରାଯାଇଛି। ଆଜି ଚଳାଚଳ କରିବାକୁ ଥିବା ୦୧୦୨୦ ଭୁବନେଶ୍ୱର – ମୁମ୍ବାଇ ସିଏସଏମଟି ପାଞ୍ଚ ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ଓ ପୁରୀ – ତିରୁପତି ପୁରୀରୁ ଦୁଇ ଘଣ୍ଟା ବିଳମ୍ବରେ ଛାଡିବ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories