www.samajalive.in
Friday, December 12, 2025
15.1 C
Bhubaneswar

ମହାଲେଖାକାରଙ୍କ ପକ୍ଷରୁ ହିସାବ ତନଖି, ବଡ଼ ଜଗନ୍ନାଥଙ୍କ ନାଁରେ ହଜାରେ ଏକରରୁ ରହିଛି ମାତ୍ର ୪୫ ଏକର

ଭୁବନେଶ୍ୱର/ବାରିପଦା: ଦେବୋତ୍ତର ବିଭାଗ ଅଧୀନରେ ଥିବା ମୟୂରଭଞ୍ଜ ଜିଲା ବାରିପଦା ଅଞ୍ଚଳର ମଠ ଓ ମନ୍ଦିରଗୁଡ଼ିକର ମହାଲେଖାକାର (ଏଜି)ଙ୍କ ପକ୍ଷରୁ ହିସାବ ତନଖି କାର୍ଯ୍ୟ ଶୁକ୍ରବାର ଶେଷ ହୋଇଛି। ତନଖି ସମୟରେ ଦେବୋତ୍ତର ସମ୍ପତ୍ତିର ହଜାର ହଜାର ଏକର ଜମିରେ ଦୁର୍ନୀତି ହୋଇଥିବା ତନଖି ଅଧିକାରୀଙ୍କ ଦୃଷ୍ଟିକୁ ଆସିଛି। ବାରିପଦା ବଡ଼ ଜଗନ୍ନାଥଙ୍କ ନାମରେ ଥିବା ହଜା‌େ‌ର ଏକର ଜମିରୁ ମାତ୍ର ୪୫ଏକର ଜମିର ହିସାବ ମିଳୁଥିବା ବେଳେ ଅନ୍ୟଗୁଡ଼ିକର ସଠିକ୍‌ ହିସାବ ମିଳିପାରୁନି।

ବାରିପଦାରେ ଦେବୋତ୍ତର ବିଭାଗ ଅଧୀନରେ ଅନେକ ମଠ ଓ ମନ୍ଦିର ରହିଛି। ସେଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏକର ଏକର ଦେବୋତ୍ତର ଜମି ଦୁର୍ନୀତି ହୋଇଥିବା ଘଟଣା ଆୟୁକ୍ତଙ୍କ ନଜରକୁ ଆସିଥିଲା। ଆୟୁକ୍ତ ସେଗୁଡ଼ିକର ସମସ୍ତ ତଥ୍ୟ ସଂଗ୍ରହ ପାଇଁ ସ୍ବତନ୍ତ୍ର ଦଳ ସହାୟତାରେ ହିସାବ ତନଖି କାର୍ଯ୍ୟ କରିବାକୁ ମହାଲେଖାକାରଙ୍କୁ ନିର୍ଦେଶ ଦେଇଥିଲେ। ଆୟୁକ୍ତଙ୍କ ନିର୍ଦେଶକ୍ରମେ ମହାଲେଖାକାରର ସ୍ବତନ୍ତ୍ର ତନଖି ଦଳ ଗତ ୨୧ ତାରିଖରୁ ବାରିପଦା ଅଞ୍ଚଳରେ ଭାଗ ଭାଗ ହୋଇ ମଠ ଓ ମନ୍ଦିରଗୁଡ଼ିକର ଜମିଜମା ଓ ହିସାବ ଆଦିର ତନଖି କରିଥିବାବେଳେ ଶୁକ୍ରବାର ଏହା ଶେଷ ହୋଇଛି। ତନଖି ସମୟରେ ଦେବୋତ୍ତର ସମ୍ପତ୍ତିରେ ଖେଳପଡ଼ିଆ, ହୋଟେଲ ଓ ବହୁ ଅଟ୍ଟାଳିକା ନିର୍ମାଣ ହୋଇଥିବା ନଜରକୁ ଆସିଥିଲା। ଏସବୁ ଜବରଦଖଲ ପାଇଁ ଦେବୋତ୍ତର ଆୟୁକ୍ତଙ୍କ କୌଣସି ଅନୁମତି ନିଆଯାଇନଥିବା ଜଣାପଡ଼ିଛି। ମହାଲେଖାକାରଙ୍କ ପକ୍ଷରୁ ହୋଇଥିବା ତନଖି ବିବରଣୀ ହସ୍ତଗତ ପରେ କେତେ ସମ୍ପତ୍ତି ଦୁର୍ନୀତି ହୋଇଛି ତା’ର ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ଦେବୋତ୍ତର ଆୟୁକ୍ତ ଚିତ୍ତରଞ୍ଜନ ମହାପାତ୍ର କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories