www.samajalive.in
Saturday, December 6, 2025
15.1 C
Bhubaneswar

୧୨ ଜିଲ୍ଲାର ବାତ୍ୟା ପ୍ରପୀଡ଼ିତ ଓ ଉଦ୍ଧାରକାରୀଙ୍କ ତୁରନ୍ତ ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ବାତ୍ୟା ପରେ ୧୨ଟି ଜିଲାରେ ସଂକ୍ରମଣ ବଢ଼ିବାର ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂପୃକ୍ତ ଜିଲାପାଳମାନଙ୍କୁ ତୁରନ୍ତ ନମୁନା ପରୀକ୍ଷା କରିବା ଲାଗି ନିର୍ଦେଶ ଦିଆଯାଇଛି। ଗୁରୁବାର ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ପୁରୀ, କଟକ, ଢେଙ୍କାନାଳ, ଅନୁଗୋଳ ଓ ଖୋର୍ଦ୍ଧା ଜିଲାପାଳଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି ଯେ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ପ୍ରପୀଡ଼ିତଙ୍କ ମଧ୍ୟରୁ ଯେଉଁମାନଙ୍କଠାରେ କରୋନା ଲକ୍ଷଣ ଜଣାପଡୁଛି ତୁରନ୍ତ ସେମାନଙ୍କ ନମୁନା ପରୀକ୍ଷା କରାଇବା ଆବଶ୍ୟକ।

ଏହାସହିତ ଯେଉଁମାନେ ବାତ୍ୟା ସମୟରେ ରିଲିଫ୍‍, ପୁନରୁଦ୍ଧାର ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଥିଲେ ସେମାନଙ୍କର ମଧ୍ୟ ନମୁନା ପରୀକ୍ଷା କରାଯିବାର ଆବଶ୍ୟକତା ରହିଛି। ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଘରକୁ ଘର ବୁଲି ସର୍ଭେ କରିବା ସହିତ ନମୁନା ପରୀକ୍ଷା କରାଯିବା ନିତାନ୍ତ ଆବଶ୍ୟକ। ଏହା ବ୍ୟତୀତ ଯେଉଁମାନେ ଏବେ ବି ବାତ୍ୟା ଆଶ୍ରୟସ୍ଥଳୀରେ ରହିଛନ୍ତି ସେମାନଙ୍କର ଲକ୍ଷଣକୁ ନେଇ କରୋନା ନମୁନା ପରୀକ୍ଷା କରାଇବାକୁ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories