www.samajalive.in
Saturday, December 6, 2025
17.1 C
Bhubaneswar

ତୈଳ ଦର ସହ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧିକୁ ନେଇ ରାସ୍ତାରେ ସାଇକେଲ ଚଳାଇ ପ୍ରତିବାଦ କଲା କଂଗ୍ରେସ

ନବରଙ୍ଗପୁର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଡାକରାରେ ସାରା ରାଜ୍ୟରେ ବର୍ଦ୍ଧିତ ତୈଳ ଦର ସହ ଅନ୍ୟାନ୍ୟ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧିକୁ ନେଇ ରାସ୍ତାରେ ସାଇକେଲ ଚଳାଇ ପ୍ରତିବାଦ କରିଛି କଂଗ୍ରେସ। ଏହାସହ ମଣ୍ଡିରେ ଚାଷୀମାନଙ୍କ ସମସ୍ୟା, ଟୋକେନର ସମୟ ସୀମା ଜୁଲାଇ ୨୫ ତାରିଖ ପର୍ୟ୍ୟନ୍ତ ବଢ଼ାଇବା, ଧାନର ଏମଏସପି ଦର ୨୯୩୦ ଟଙ୍କାକୁ ବୃଦ୍ଧି ଆଦି ଅନେକ ସମସ୍ୟାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ୟ୍ୟ ପନ୍ଥା ଦର୍ଶାଇ ଏହାର ପ୍ରତିବାଦରେ ଶ୍ରୀ ପଟ୍ଟନାୟକଙ୍କ ଜନ ଆନ୍ଦୋଳନର ଦ୍ଵିତୀୟ ପର୍ୟ୍ୟାୟରେ ଆଜି ନବରଙ୍ଗପୁର କଂଗ୍ରେସ କର୍ମୀମାନଙ୍କ ଦ୍ଵାରା ନବରଙ୍ଗପୁର ପୌରପରିଷଦ ମଧ୍ୟରେ ସାଇକେଲ ରାଲିର ଆୟୋଜନ କରାଯାଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ।

ଆସନ୍ତା ଦିନରେ ଯଦି ଏସବୁ ଦାବି ପ୍ରତି ଉଭୟେ ରାଜ୍ୟ ଏବଂ କେନ୍ଦ୍ର ସରକାର ଦୃଷ୍ଟି ନ ଦିଅନ୍ତି, ତାହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି । ସାଇକେଲ ରାଲିକୁ ବରିଷ୍ଠ କଂଗ୍ରେସ ନେତା ସଦନ ନାୟକ ଦଳୀୟ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା କଂଗ୍ରେସ କମିଟି ସଭାପତି ମୁନ୍ନା ତ୍ରିପାଠୀ, ପିସିସି ସଭ୍ୟ ଦିଲ୍ଲିପ ବେହେରା, ସରୋଜ ପାତ୍ର, ନଗର କଂଗ୍ରେସ ସଭାପତି ଉତ୍ତମ ତ୍ରିପାଠୀ, ବ୍ଲକ ସଭାପତି ଭୀମ ହରିଜନ, ନନ୍ଦାହାଣ୍ଡି ବ୍ଲକ ସଭାପତି ବୃନ୍ଦାବନ ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରଦୀପ ସାହୁ, କୁନା ପାଢ଼ୀ, ଅବଦୁଲ୍ ଫିରଜ, ଚନ୍ଦ୍ର ମଲ୍ଲିକ, ବାସୁଦେବ ପଟ୍ଟନାୟକ, ପ୍ରଫୁଲ୍ଲ ପଣ୍ଡା, ସୋସିଆଲ ମିଡିଆ ସୁମିତ ପୂଜାରୀ, ଉମା ଶଙ୍କର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories