www.samajalive.in
Saturday, December 6, 2025
26.1 C
Bhubaneswar

ନବରଙ୍ଗପୁର ପିଡିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଅମଲା ସଙ୍ଘର ଦାବିପତ୍ର 

ନବରଙ୍ଗପୁର: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନବରଙ୍ଗପୁରରେ କାର୍ୟ୍ୟରତ ରାଜସ୍ୱ ଅମଲାଙ୍କ ପ୍ରତି ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକଙ୍କ ଦୁର୍ବ୍ୟବହାରକୁ ସହ୍ୟ କରି ନ ପାରି ଓଡିଶା ରାଜସ୍ୱ ଅମଲା ଜିଲ୍ଲା ଶାଖା ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଯଦି ଶ୍ରୀ ନାୟକଙ୍କ ବିରୁଦ୍ଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ଓଡିଶା ରାଜସ୍ୱ ଅମଲା ସଙ୍ଘ ଜିଲ୍ଲା ଶାଖା ପରବର୍ତ୍ତୀ ଜିଲ୍ଲା କାର୍ୟ୍ୟକାରିଣୀ ବୈଠକରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପଦକ୍ଷେପ ନେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଶାଖା ମୁଖ୍ୟ ଉପଦେଷ୍ଟା କେ. ଅଶୋକ ଚକ୍ରବର୍ତ୍ତୀ, ଜିଲ୍ଲା ସଭାପତି, ଆଶୁତୋଷ ମହାନ୍ତି, ଉପ ସଭାପତି, ଧନୁର୍ଜୟ ମାଝୀ, ସମ୍ପାଦକ, ତ୍ରିଲୋଚନ ନାୟକ, କବିତା ବ୍ରହ୍ମା, ଭି କ୍ରିଷ୍ଣାବେଣୀ, ପ୍ରଭାବତୀ ପାତ୍ର, ବିଜୟ ସାହୁ, ସତ୍ୟ ନାରାୟଣ ସାହୁ, ମାୟାଧର ନାୟକ, ଚିତ୍ତରଞ୍ଜନ ପାତ୍ର, ବାଳକୃଷ୍ଣ ପାଣିଗ୍ରାହୀ, ସୁନୀଲ ଦାସ ସରୋଜିନୀ ଦାଶ, ସଂଗ୍ରାମ ପ୍ରଧାନ, ଅମରେନ୍ଦ୍ର ସମରଥ, ୟାସର ଅଲ୍ଲୀ, ପ୍ରଣତି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories