www.samajalive.in
Friday, December 5, 2025
26.1 C
Bhubaneswar

ଆପଣାନ୍ତୁ ଏହି ସରଳ ଉପାୟ

ଗୃହର ଉତ୍ତର ଦିଗକୁ କୁବେରଙ୍କ ଦିଗ ବୋଲି କୁହାଯାଏ। ଏହି ଦିଗରେ କାନ୍ଥର ରଙ୍ଗ ନୀଳ ହେବା ଉଚିତ।
– ପାଣି ରଖିବାର ସ୍ଥାନ ଉତ୍ତର ଦିଗ ହେବା ଉଚିତ।
– ପାଣିର ଟାଙ୍କିରେ ଶଙ୍ଖ, ଚାନ୍ଦିର ଟଙ୍କା କିମ୍ବା କଇଁଚ ରଖିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
– ଆକ୍ୱାରିୟମକୁ ଘରର ଉତ୍ତର ଦିଗରେ ରଖନ୍ତୁ।
– କୁବେରଙ୍କ ଦିଗ ଅର୍ଥାତ ଉତ୍ତର ଦିଗରେ ଘରର ଆଲମିରା ରଖନ୍ତୁ।
– ଉତ୍ତର ଦିଗରେ ନୀଳ ରଙ୍ଗର ପିରାମିଡ଼ ରଖିବା ମଧ୍ୟ ଉତ୍ତମ।
– ଉତ୍ତର ଦିଗରେ ଏକ ବଡ଼ କାଚ ପାତ୍ରରେ ସେଥିରେ ଏକ ଚାନ୍ଦିର ଟଙ୍କା ରଖି ଦିଅନ୍ତୁ।
– ଘରର ପୂର୍ବ ଉତ୍ତର କୋଣ ଦେବୀ-ଦେବତାଙ୍କ ସ୍ଥାନ ବୋଲି ବିବେଚନା କରାଯାଏ। ଏହି ଦିଗରେ ପ୍ରଭୁ ଗଣେଶ ଓ ମା’ଲକ୍ଷ୍ମୀଙ୍କ ମୂର୍ତ୍ତି ରଖି ପୂଜାର୍ଚ୍ଚନା କରନ୍ତୁ।
– ଘରର ପୂର୍ବ-ଉତ୍ତର ସ୍ଥାନକୁ ଅପରିଷ୍କାର ରଖନ୍ତୁ ନାହିଁ।
– ଉତ୍ତର ଦିଗରେ ଘରର ବଗିଚାରେ ଅଁଳା କିମ୍ବା ତୁଳସୀ ବୃକ୍ଷ ନିଶ୍ଚୟ ଲଗାନ୍ତୁ।
ବାରମ୍ବାର ରୋଗଗ୍ରସ୍ତ ହେଉଥିବା ବ୍ୟକ୍ତିମାନେ ସର୍ବଦା ଘରର ଭିତରପଟକୁ ଗୋଡ଼ କରି ଶୁଅନ୍ତୁ। ମାତ୍ର କକ୍ଷର ଝରକା, କବାଟ, ଶୌଚାଳୟ ,ସିଢି ଘର ପଟକୁ ଗୋଡ଼ କରି ଶୁଅନ୍ତୁ ନାହିଁ।
ପଲଙ୍କକୁ ଘରର ଭିତର ଖୁମ୍ବ ସିଧାରେ ରଖନ୍ତୁ ନାହିଁ।
ରୋଗଗ୍ରସ୍ତ ହେଉଥିବା ବ୍ୟକ୍ତି ଯଦି ଗୋଟିଏ କକ୍ଷରେ ରହିଲେ ରୋଗଗ୍ରସ୍ତ ହେଉଥାଆନ୍ତି। ତେବେ ଘରର କକ୍ଷ (ରୁମ୍‍ ) ପରିବର୍ତ୍ତନ କରନ୍ତୁ।
ଘରର ପ୍ରବେଶ ଦ୍ୱାର ନିକଟରେ କୌଣସି ଭାରୀ ଦ୍ରବ୍ୟ ରଖନ୍ତୁ ନାହିଁ।
ଘରର ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଦିଗରେ ଯେପରି ପ୍ରଚୁର ସୂର୍ୟ୍ୟାଲୋକ ଓ ପବନ ଯାତାୟତ କରୁଥିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ।
ଶୌଚାଳୟ ନିକଟରେ ଭଣ୍ଡାର ଗୃହ ରଖନ୍ତୁ ନାହିଁ।
ଘରେ ଅନାବଶ୍ୟକ ଦ୍ରବ୍ୟ ରଖନ୍ତୁ ନାହିଁ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories