ସାଇବର ଠକେଇ : ଆକାଉଣ୍ଟରୁ ଲୁଟିନେଲେ ୨୦ହଜାରରୁ ଅଧିକ ଟଙ୍କା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ଗ୍ରାମର ଦୀପା ମଞ୍ଜରୀ ବିଷୋୟୀ ସାଇବର ଲୁଟେରାର ଶିକାର ହୋଇଛନ୍ତି।
ସୂଚନମୁତlବକ ୨୦୧୫  ମସିହାରେ କଣ୍ଟାଗାଁ ଷ୍ଟେଟ ବ୍ୟାଙ୍କରେ ଥିବା ଏକାଉଣ୍ଟ ରେ ସମୁଦାୟ ୨୪୦୦୦ରୁ ଅଧିକ ଟଙ୍କା ଥିଲା। ଗତ ୨୫ ତାରିଖ ଦିନ ଏକ ନୂଆ ନମ୍ବରରୁ ଦୀପାଙ୍କ  ମୋବାଇଲକୁ ଗୋଟିଏ ମେସେଜ ଆସିଥିଲା। ମେସେଜ ଟିକୁ କ୍ଲିକ କରିବା କ୍ଷଣି ପୁନର୍ବାର ଆଉ ଗୋଟିଏ ମେସେଜ ଆସିଥିଲା ଯୋଉଥିରେ କି ଏକାଉଣ୍ଟରେ ଥିବା  ଟଙ୍କାରୁ ୨୩ ହଜାର ୫୦୦ ଟଙ୍କା ଉଠାଣ ହେଇଛି। କିଛି ସମୟ ପରେ ଦ୍ୱିତୀୟ ଥର ମେସେଜରେ ପୁଣି ୪୦୦ ଟଙ୍କା ଉଠାଣ ହେଇଛି। ଏକାଉଣ୍ଟରୁ ସମୁଦାୟ ୨୩୫୦୦ ଟଙ୍କା ଗାଏବ ହେବାପରେ, ଦୀପା ସ୍ଥାନୀୟ କଣ୍ଟାଗାଁ  ବ୍ରାଞ୍ଚର  ଶାଖା ପରିଚାଳକଙ୍କୁ ପଚାରିବୁଝିବା ସହ ସମସ୍ତ ତଥ୍ୟ ନେଇ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦେଇଛନ୍ତି। ପରେ ପୁଲିସ ଏନେଇ ଏକ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।

Comments are closed.