BJD Bijuli 480×75 Mob

କଟକରେ ଅଛି କେମ୍ବ୍ରିଜ୍‌ ଅନାଲାଟିକା ମୂଳ ସଂସ୍ଥାର ଅଫିସ୍‌

BJD Bijuli 480×75 Mob
0

ଲଣ୍ଡନ : କେମ୍ବ୍ରିଜ୍‌ ଆନାଲିଟିକାର କଳା କାରନାମା ଉପରୁ ପରଦା ହଟାଇଥିବା ହୁଇସିଲ୍‌ ବ୍ଲୋୟର (ତଥ୍ୟ ପ୍ରଘଟକାରୀ) ଖ୍ରୀଷ୍ଟୋଫର ୱାଇଲି ଚାଞ୍ଚଲ୍ୟ କର ତଥ୍ୟ ପ୍ରଦାନ କରି କଟକ ସମେତ ଭାରତର ବହୁ ସହରରେ କେମ୍ବ୍ରିଜ୍‌ ଆନାଲିଟକାର ମୂଳ ସଂସ୍ଥା ଷ୍ଟ୍ରାଟେଜିକ କମ୍ୟୁନିକେସନ ଲାବୋରୋଟାରିଜ୍‌ (ଏସ୍‌ସିଏଲ)ର କାର୍ଯ୍ୟାଳୟ ଅଛି ବୋଲି ପ୍ରକାଶ କରିଛି । ଭାରତରେ ନିର୍ବାଚନ ସହ କେମ୍ବ୍ରିଜ୍‌ ଆନାଲିଟିକାର ସମ୍ପର୍କ ନେଇ ବୁଧବାର ଖ୍ରୀଷ୍ଟୋଫର ଅଧିକ ତଥ୍ୟ ପ୍ରଦାନ କରିବା ପୂର୍ବକ ଟ୍ୱିଟ୍‌ ଯୋଗେ ଏହି ଖୁଲାସା କରିଛି । ଗୋଟିଏ ଦିନ ପୂର୍ବରୁ ଭାରତର ପ୍ରମୁଖ ଜାତୀୟ ରାଜନୈତିକ ଦଳ କଂଗ୍ରେସ କେମ୍ବ୍ରିଜ୍‌ ଆନାଲିଟିକାର ଗ୍ରାହକ ଥିଲା ବୋଲି ସେ ପ୍ରକାଶ କରିଥିଲା । ଏବେ ନୂଆ ତଥ୍ୟ ପ୍ରଦାନ ପୂର୍ବକ ଖ୍ରୀଷ୍ଟୋଫର ୱାଇଲି କହିଛନ୍ତି ଯେ କେମ୍ବ୍ରିଜ୍‌ ଆନାଲିଟିକାର ମୂଳ କମ୍ପାନୀ ଷ୍ଟ୍ରାଟେଜିକ କମ୍ୟୁନିକେସନ ଲାବୋରୋଟାରିଜ୍‌ (ଏସ୍‌ସିଏଲ)ର ଭାରତର ଇନ୍ଦ୍ରପୁରମ, ଗାଜିଆବାଦରେ ମୁଖ୍ୟ କାର୍ଯ୍ୟାଳୟ ରହିଛି । ଏହାବାଦ୍‌ କଟକ ସମେତ ଅହମଦାବାଦ, ବେଙ୍ଗାଲୁରୁ, ଗୁଆହାଟି, ହାଇଦରାବାଦ, ଇନ୍ଦୋର, କଲକାତା, ପାଟନା ଏବଂ ପୁଣେରେ ଏସ୍‌ସିଏଲର ଆଞ୍ଚଳିକ କାର୍ଯ୍ୟାଳୟ ରହିଛି । ଏସ୍‌ସିଏଲ ଗ୍ରୁପ୍‌ ନିକଟରେ ଭାରତର ୬୦୦ ଜିଲା ଓ ୭ ଲକ୍ଷରୁ ଊର୍ଦ୍ଧ୍ବ ଗ୍ରାମର ତଥ୍ୟ ରହିଛି । ଏହି ତଥ୍ୟ ମଧ୍ୟରେ ଲୋକଙ୍କ ଜାତି, ବୟସ, ଲିଙ୍ଗ, ଭୌଗଳିକ ସ୍ଥାନ, ପେଶା ଆଦି ରହିଛି । ଏହି ତଥ୍ୟ ଯୋଗେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ଲକ୍ଷ୍ୟ କରି ନିର୍ବାଚନ ପ୍ରଚାର କରାଯାଇଥାଏ । ତଥ୍ୟକୁ ଅନୁଧ୍ୟାନ କରି ରାଜନୈତିକ ପ୍ରଚାର ବେଳର ବାର୍ତ୍ତା, ବାର୍ତ୍ତାର ମାଧ୍ୟମ କଣ ହେବ ତାହା କୁହାଯାଇଥାଏ । ଏସ୍‌ସିଏଲ ଭାରତର ବିଭିନ୍ନ ରାଜନୈତିକ ଦଳ ପାଇଁ ୨୦୦୩, ୨୦୦୭, ୨୦୦୯, ୨୦୧୦, ୨୦୧୨ ନିର୍ବାଚନ ବେଳେ ପ୍ରଚାର ଓ ଋଣ ନୀତି ପ୍ରସ୍ତୁତି କାର୍ଯ୍ୟ ତୁଲାଇଥିଲା । କଟକର କେଉଁ ସ୍ଥାନରେ ଏସ୍‌ସିଏଲର କାର୍ଯ୍ୟାଳୟ ରହିଛି ତାହା ଜଣାପଡିନାହିଁ। ମାତ୍ର ଏଥିରୁ ଓଡ଼ିଶାର ବହୁ ସହର, ଗ୍ରାମାଞ୍ଚଳର ତଥ୍ୟ ଏସ୍‌ସିଏଲ ନିକଟରେ ଥିବା ଅନୁମାନ କରାଯାଉଛି ।

Leave A Reply