କଟକ ସହର ରାଜରାସ୍ତା ଯନ୍ତ୍ରଣା ଦାୟକ

କଟକ : କଟକର ବିକାଶ ନିମନ୍ତେ ଆବଶ୍ୟକ ଯୋଜନା ତଥା ପଦକ୍ଷେପକୁ ନେଇ ଯେତିକି ଚର୍ଚ୍ଚା ଆଲୋଚନା ହେଉଅଛି ତାଠାରୁ ଅଧିକ ଚର୍ଚ୍ଚା ଅଲୋଚନା ହେଉଛି ଖଣ୍ଡିଆ ଖାବରା ରାଜରାସ୍ତାକୁ ନେଇ । କଟକ ରେଳଷ୍ଟେସନ ପାଖରୁ ଆରମ୍ଭ କରି କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ନୂଆପାଟଣା, ମସ୍ତାନ ରୋଡ୍, ମଣିସାହୁ ଛକ, ବକ୍ସିବଜାର, ପୋଷ୍ଟ ଅଫିସ୍ ସଂଲଗ୍ନ ପେଟ୍ରୋଲ୍ ପମ୍ପ୍ ରାସ୍ତାର ଅଧିକାଂଶ ସ୍ଥାନ ଆଜି ମରଣ ଯନ୍ତା ପାଲଟିଛି । ଯେଉଁଥି ପାଇଁ ଦୈନିକ ଛୋଟ ବଡ଼ ଦୂର୍ଘଟଣାମାନ ବଢ଼ିବା ସଙ୍ଗେ ସଙ୍ଗେ ଜନଅସନ୍ତୋଷ ବୃଦ୍ଧି ପାଉଛି । ଦୈନନ୍ଦିନ ବ୍ୟସ୍ତବହୁଳ ଜୀବନରେ ବଜାର ସଉଦାଠାରୁ ଆରମ୍ଭ କରି ପ୍ରାତଃ ଭ୍ରମଣ, ଦେବାଳୟ, ଚିକିତ୍ସାଳୟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟ ସ୍ଥଳ, ଦିନ ମଜୁରୀଆ, ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନଙ୍କ ଅଭାବନୀୟ ଯନ୍ତ୍ରଣାକୁ ନିରିଖେଇକରି ଦେଖିଲେ ଲାଗୁଛି ସତେ ଯେମିତି ବିଭାଗୀୟ କର୍ତୃପକ୍ଷଙ୍କ ଆଖିରେ ପଟି ବନ୍ଧା ହୋଇଛି । ସୁତରାଂ  ବିଧାୟକ, ପୂର୍ତ୍ତ  ବିଭାଗ, ସିଏମସି ଓ ସଡିଏର ଉଚ୍ଚ କର୍ତୃପକ୍ଷ ସାଧାରଣ ଜନତାଙ୍କର ମୌଳିକ ସମସ୍ୟା ପ୍ରତି ଯତ୍ନବାନ ହୋଇ ତୁରନ୍ତ ପର୍ଟହୋଲ୍ କାର୍ଯ୍ୟର ସୁବନ୍ଦୋବସ୍ତ କରିବା ଦରକାର ବୋଲି ପୂର୍ବତନ କାଉନସିଲର ମହେଶ୍ୱର ଦାସ, ପ୍ରଶାନ୍ତ ଜେନା, ବସନ୍ତ ମଞ୍ଜରି ପଟ୍ଟନାୟକ, ସମସେର ମହମ୍ମଦ, ପ୍ରଭାକର ମାଡ଼ଗୁଲ, ଉମା ବେହେରା, ଅଶୋକ ପାତ୍ର, କଳ୍ପନା ବେଉରିଆ, ରଞ୍ଜନ ମିତ୍ର, ଅମୂଲ୍ୟ ସାହୁ, ଜୁବୁଲି ସିଂ ଓ ଭାସ୍କର ସାହୁ ପ୍ରମୁଖ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।

Comments are closed.