www.samajalive.in
Sunday, December 14, 2025
17.1 C
Bhubaneswar

ସହାୟତାର ହାତ ବଢ଼ାଇଲେ ସନ୍ଦୀପ, ଗରିବ ଦୁଇ ଝିଅଙ୍କୁ ପାଠ ପଢ଼ାଇବା ପାଇଁ ଯୋଗାଇଲେ ଅର୍ଥ

କଟକ: ତୁଳସୀପୁର ମଠାସାହିର ଦୁଇ ଭଉଣୀ ହେଉଛନ୍ତି ସୀମା ଓ ଲିଜା । ଚଳିତ ବର୍ଷ ଉଭୟ ମାଟ୍ରିକ ପାସ କରିଥିଲେ। କିନ୍ତୁ ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ +୨ରେ ସେମାନେ ନାମ ଲେଖାଇବା ପାଇଁ ସମର୍ଥ ହୋଇନଥିଲେ। ଝିଅ ଦୁଇଜଣ ସୀମା ଓ ଲିଜାଙ୍କର ବାପା ଦୁଇ ବର୍ଷ ତଳେ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ। ମା’ ମଧ୍ୟ ଜରାୟୁ କର୍କଟରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଘରର ଆର୍ଥିକ ଅବସ୍ଥା ନକହିଲେ ଭଲ। ଏହି ସମୟରେ ଗୁଡଗାଁଓ ଠାରେ ଅବସ୍ଥାପିତ ଆଇଟି ଇଂଜିନିୟର ସନ୍ଦୀପ ବଳ ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି।

ଖବର ପାଇବା ପରେ ସେ ଦୁଇ ଭଉଣୀ ସୀମା ଓ ଲିଜାଙ୍କର +୨ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କରିଛନ୍ତି। ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ଇମର୍ତ୍ତି ଦେବୀ ମହିଳା ମହାବିଦ୍ୟାଳୟରେ ନାମ ଲେଖାଯାଇଥିବା ବେଳେ ଅନ୍ୟ ଜଣେ ଭଉଣୀ ବୀରେନ ମିତ୍ର ମହିଳା ମହାବିଦ୍ୟାଳୟରେ ନାମ ଲେଖାଇବା ସମ୍ଭବ ହୋଇଛି। ଦୁଇ ଜଣଙ୍କ ପାଠପଢ଼ା ସମ୍ଭବ ହୋଇଥିବାରୁ ସନ୍ଦୀପଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଇଛନ୍ତି ସୀମା, ଲିଜା ଓ ସେମାନଙ୍କର ମାଆ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories