www.samajalive.in
Wednesday, December 10, 2025
23.1 C
Bhubaneswar

ମହମବତୀରେ ଚକୋଟେଲ ବାସ୍ନା; ଦେଖନ୍ତୁ ବାଲିଯାତ୍ରାର ସ୍ୱତନ୍ତ୍ର ଭିଡିଓ

କଟକ: ସୁନ୍ଦର ବାସ୍ନା । ମହକରେ ପୁରି ଯାଉଛି ପେଟ । କୌଣସି ଖାଦ୍ୟ ନୁହେଁ, ଭଳିକି ଭଳି ଖାଦ୍ୟର ବାସ୍ନା ଦେଉଛି ଏହି ସୁନ୍ଦର ସୁନ୍ଦର କ୍ୟାଣ୍ଡେଲ । ଯେ କେହିବି ଗ୍ରାହକ ଷ୍ଟଲ ନିକଟକୁ ଆସୁଛନ୍ତି, ସୁନ୍ଦର ବାସ୍ନା ସାଙ୍ଗକୁ ରଙ୍ଗବେରଙ୍ଗର ଏହି ମହମବତୀ ସମସ୍ତଙ୍କୁ ବାନ୍ଧି ରଖୁଛି । ଆପଣ ଭିଡିଓରେ ଦେଖୁଥିବା ଏହି ଦୃଶ୍ୟ କଟକର ବାଲି ଯାତ୍ରାପଡ଼ିଆର । ଅନେକ ଅନନ୍ୟ ସାମଗ୍ରୀ ଭିଡ଼ ଭିତରୁ ‘ସଚାରୁ’ ତିଆରି କରୁଛି ନିଜର ସ୍ୱତନ୍ତ୍ର ପରିଚୟ ।

ମନଲୋଭା ବାସ୍ନାରେ ନିଜ ଆଡ଼କୁ ଗ୍ରାହକ ମାନଙ୍କୁ ଆକର୍ଷିତ କରୁଛି । ଯେ କେହିବି ‘ସଚାରୁ’ର ୩୮ ନଂ ଷ୍ଟଲ ନିକଟକୁ ଆସୁଛନ୍ତି ଏହି ସୁନ୍ଦର ସୁନ୍ଦର କ୍ୟାଣ୍ଡେଲର ମହକ ତାଙ୍କୁ ବାନ୍ଧି ରଖୁଛି । ଚକୋଲେଟ୍, ବଟରସ୍କଚ, ବଟରକ୍ରିମ୍, ଲେଭେଣ୍ଡର ଏବଂ କଫି ପରି ବିଭିନ୍ନ ଫ୍ଲେବର ମିଳୁଛି ଏହି କ୍ୟାଣ୍ଡେଲରେ । ସବୁଠରୁ ବଡ଼ କଥା ହେଉଛି ଏହାକୁ ତିଆରି କରୁଛନ୍ତି ଜଣେ ପିଜି ଛାତ୍ରୀ ତନିଷା ମଲ୍ଲ । ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରି ପ୍ରତି ଆଶା ନରଖି ନିଜେ କିଛି କରିବାର ସ୍ୱପ୍ନ ଦେଖିଛନ୍ତି । ତନିଷା ତିଆରି କରିଥିବା ଏହି ପ୍ରୟାସକୁ ଗ୍ରାହକ ମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି ।

- Advertisement -

କଟକର ବାଲିଯାତ୍ରାରେ ତାଙ୍କର ଭଲ ବ୍ୟବସାୟ ହେଉଛି । ବର୍ତ୍ତମାନ ସମୟରେ ଯୁବପିଢ଼ି ମାନେ ସୋସିଆଲ ମିଡିଆରେ ସମୟ ନଷ୍ଟ କରୁଛନ୍ତି । ଏପରି ସମୟରେ ଯୁବକ ଯୁବତୀ ମାନେ ସମୟ ନଷ୍ଟ ନକରି ସୋସିଆଲ ମିଡିଆର ସଦ୍ ଉପଯୋଗ କରି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ ବୋଲି କହିଛନ୍ତି ତନିଷା । ଆଉ ଏ ସମସ୍ତ ଜିନିଷ ସେ ନିଜେ ସୋସିଆଲ ମିଡିଆରୁ ଶିଖି ଆରମ୍ଭ କରିଥିବା କହିଛନ୍ତି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories