ମହମବତୀରେ ଚକୋଟେଲ ବାସ୍ନା; ଦେଖନ୍ତୁ ବାଲିଯାତ୍ରାର ସ୍ୱତନ୍ତ୍ର ଭିଡିଓ

କଟକ: ସୁନ୍ଦର ବାସ୍ନା । ମହକରେ ପୁରି ଯାଉଛି ପେଟ । କୌଣସି ଖାଦ୍ୟ ନୁହେଁ, ଭଳିକି ଭଳି ଖାଦ୍ୟର ବାସ୍ନା ଦେଉଛି ଏହି ସୁନ୍ଦର ସୁନ୍ଦର କ୍ୟାଣ୍ଡେଲ । ଯେ କେହିବି ଗ୍ରାହକ ଷ୍ଟଲ ନିକଟକୁ ଆସୁଛନ୍ତି, ସୁନ୍ଦର ବାସ୍ନା ସାଙ୍ଗକୁ ରଙ୍ଗବେରଙ୍ଗର ଏହି ମହମବତୀ ସମସ୍ତଙ୍କୁ ବାନ୍ଧି ରଖୁଛି । ଆପଣ ଭିଡିଓରେ ଦେଖୁଥିବା ଏହି ଦୃଶ୍ୟ କଟକର ବାଲି ଯାତ୍ରାପଡ଼ିଆର । ଅନେକ ଅନନ୍ୟ ସାମଗ୍ରୀ ଭିଡ଼ ଭିତରୁ ‘ସଚାରୁ’ ତିଆରି କରୁଛି ନିଜର ସ୍ୱତନ୍ତ୍ର ପରିଚୟ ।

ମନଲୋଭା ବାସ୍ନାରେ ନିଜ ଆଡ଼କୁ ଗ୍ରାହକ ମାନଙ୍କୁ ଆକର୍ଷିତ କରୁଛି । ଯେ କେହିବି ‘ସଚାରୁ’ର ୩୮ ନଂ ଷ୍ଟଲ ନିକଟକୁ ଆସୁଛନ୍ତି ଏହି ସୁନ୍ଦର ସୁନ୍ଦର କ୍ୟାଣ୍ଡେଲର ମହକ ତାଙ୍କୁ ବାନ୍ଧି ରଖୁଛି । ଚକୋଲେଟ୍, ବଟରସ୍କଚ, ବଟରକ୍ରିମ୍, ଲେଭେଣ୍ଡର ଏବଂ କଫି ପରି ବିଭିନ୍ନ ଫ୍ଲେବର ମିଳୁଛି ଏହି କ୍ୟାଣ୍ଡେଲରେ । ସବୁଠରୁ ବଡ଼ କଥା ହେଉଛି ଏହାକୁ ତିଆରି କରୁଛନ୍ତି ଜଣେ ପିଜି ଛାତ୍ରୀ ତନିଷା ମଲ୍ଲ । ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରି ପ୍ରତି ଆଶା ନରଖି ନିଜେ କିଛି କରିବାର ସ୍ୱପ୍ନ ଦେଖିଛନ୍ତି । ତନିଷା ତିଆରି କରିଥିବା ଏହି ପ୍ରୟାସକୁ ଗ୍ରାହକ ମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି ।

କଟକର ବାଲିଯାତ୍ରାରେ ତାଙ୍କର ଭଲ ବ୍ୟବସାୟ ହେଉଛି । ବର୍ତ୍ତମାନ ସମୟରେ ଯୁବପିଢ଼ି ମାନେ ସୋସିଆଲ ମିଡିଆରେ ସମୟ ନଷ୍ଟ କରୁଛନ୍ତି । ଏପରି ସମୟରେ ଯୁବକ ଯୁବତୀ ମାନେ ସମୟ ନଷ୍ଟ ନକରି ସୋସିଆଲ ମିଡିଆର ସଦ୍ ଉପଯୋଗ କରି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ ବୋଲି କହିଛନ୍ତି ତନିଷା । ଆଉ ଏ ସମସ୍ତ ଜିନିଷ ସେ ନିଜେ ସୋସିଆଲ ମିଡିଆରୁ ଶିଖି ଆରମ୍ଭ କରିଥିବା କହିଛନ୍ତି ।

Comments are closed.