www.samajalive.in
Monday, December 15, 2025
17.1 C
Bhubaneswar

କଟକରେ ଚାଞ୍ଚଲ୍ୟ: ପେଟ୍ରୋଲ୍‌ ଢାଳି ଘରେ ଲଗାଇଲେ ନିଆଁ, ଜଳନ୍ତା ଘରୁ ଉଦ୍ଧାର ହେଲା ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ

କଟକ: କଟକ ମାନସିଂପାଟଣା ଅଞ୍ଚଳର ଏକ ଭଡା ଘରେ ନିଆଁ ଲାଗି ଜଣେ କଲେଜ ଛାତ୍ରୀ ଗୁରୁତର ହୋଇଛନ୍ତି। ଏହି ଛାତ୍ରୀଙ୍କୁ ହାତଗୋଡ଼ ବନ୍ଧା ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୁରୁତର ଯୁବତୀଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଏକାଧିକ ଯୁବକ ଆସି ଏଭଳି ବିଭତ୍ସ କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିଛନ୍ତି। ଗୁରୁତ ଆହତ ଯୁବତୀ ହେଉଛନ୍ତି ଜଣେ ଯୁକ୍ତ ୨ ବିଜ୍ଞାନ ଛାତ୍ରୀ ବୋଲି ସୂଚନା ମିଳିଛି।


ମିଳିଥିବା ସୂଚନା ଅନୁଯାୟୀ କଟକ ମାନସିଂହପାଟଣା ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଏଭଳି ଏକ କାଣ୍ଡ ସମସ୍ତଙ୍କୁ ଆତଙ୍କିତ କରିଛି। ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଏଭଳି ଘଟଣା ଘଟାଇଛନ୍ତି । କଟକ ମଧ୍ୟ ଦିନ ଦ୍ୱିପ୍ରହରରେ ଏଭଳି ଏକ କାଣ୍ଡ ସମସ୍ତଙ୍କୁ ଆତଙ୍କିତ କରିଛି। ୪ମୁଖା ପିନ୍ଧା ଦୁର୍ବୃତ୍ତ ଘଟାଇଛନ୍ତି ଏଭଳି ଘଟଣା। ଛାତ୍ରୀଙ୍କ ପରିବାର ଲୋକେ ପୂଜା କରିବାକୁ ମନ୍ଦିର ଯାଇଥିଲେ। ଏହାର ସୁଯୋଗ ନେଇ ଠିକ୍‌ ସେହି ସମୟରେ ଏହି ୪ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ ଏବଂ ଛାତ୍ରୀଙ୍କ ହାତ ଗୋଡ଼ ବାନ୍ଧିଦେଇଥିଲେ। ଛାତ୍ରୀଙ୍କୁ ପ୍ରଥମେ ସେମାନେ ମାଡ଼ ମାରିଥିଲେ ଏବଂ ଏହାପରେ ତାଙ୍କୁ ସଂଜ୍ଞାହୀନ ଇଞ୍ଜେକସନ ଦେଇଥିଲେ। ଇଞ୍ଜେକସନ ଦ୍ବାରା ପରେ ଛାତ୍ରୀ ଜଣକ ସଂଜ୍ଞାହୀନ ହୋଇପଡ଼ିଥିଲେ। ଏହାପରେ ସେମାନେ ବାହାର ପଟୁ ଘରର କବାଟ ଦେଇ ପେଟ୍ରୋଲ ଢାଳି ଘରେ ନିଅଁା ଲଗାଇଦେଇଥିଲେ । ଛାତ୍ରୀ ଜଣକଙ୍କ ଚିତ୍କାର କରିବାରୁ ନିକଟରେ ଥିବା ଲୋକେ ତାଙ୍କ ଘରକୁ ଦୌଡ଼ି ଆସିଥିଲେ, ଏବଂ ତୁରନ୍ତ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ତତ୍କାଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।

- Advertisement -


ଏହି ଛାତ୍ରୀ ଜଣକ ସ୍ଥାନୀୟ କଲେଜରେ ଯୁକ୍ତ ୨ ବିଜ୍ଞାନ ପଢୁଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ନିଆଁ ଲଗାଇଛନ୍ତି ଦୁର୍ବୃତ୍ତ ତାହା ବର୍ତ୍ତମାନ ପର୍ୟ୍ୟନ୍ତ ଜଣାପଡିନଥିଲେ ମଧ୍ୟ ମୋବାଇଲ୍ ଭିଡିଓକୁ ନେଇ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ମେଡିକାଲରେ ଚିକିତ୍ସାଧୀନ ଛାତ୍ରୀଙ୍କ ବୟାନ ଆଧାରରେ ଘଟଣାରେ ତଦନ୍ତ ଆଗକୁ ବଢିବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। କିଛି ଦିନ ତଳେ ଏକ ଭିଡିଓ ଭାଇରାଲ୍‌କୁ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ତେବେ ଏହା ପ୍ରେମ ଜନିତ ନା ଆଉ କିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories