www.samajalive.in
Sunday, December 7, 2025
26.1 C
Bhubaneswar

ଆଜି ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରର ‘କଳାକ୍ରାନ୍ତି’

କଟକ :  କଲିକତାର ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ମିଳିତ ଆନୁକୂଲ୍ୟରେ କଟକ କଳାବିକାଶ କେନ୍ଦ୍ରରେ ଆଜି( ମଙ୍ଗଳବାର) ଦୁଇ ରାଜ୍ୟ ମଧ୍ୟରେ ସଂସ୍କୃତି ଆଦାନପ୍ରଦାନର ପର୍ବ ‘କଳାକ୍ରାନ୍ତି’ ଆୟୋଜିତ ହେବାକୁ ଯାଉଛି। ଏଥିରେ ମହାରାଷ୍ଟ୍ର ଏବଂ ଓଡ଼ିଶାର କଳା ଓ ସଂସ୍କୃତିର ଆଦାନପ୍ରଦାନ ହେବ ବୋଲି ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ମହୋତ୍ସବର ନାମ ରହିଛି ‘କଳାକ୍ରାନ୍ତି-ଏକ ଭାରତ ଶ୍ରେଷ୍ଠ ଭାରତ’ ଏବଂ ଏଥିରେ ମହାରାଷ୍ଟ୍ରର ୨ଟି ଓ ଓଡ଼ିଶାର ୩ଟି ନୃତ୍ୟଦଳ ଯୋଗ ଦେଉଛନ୍ତି। ସମୁଦାୟ ୫୦ଜଣ ଶିଳ୍ପୀ ପ୍ରଦର୍ଶନ ରଖିବେ। ମହାରାଷ୍ଟ୍ରର ଲବଣୀ ଓ ଗୋନ୍ଧାର ଏବଂ ଓଡ଼ିଶାର ଓଡ଼ିଶୀ, ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶିତ ହେବ ବୋଲି କଳାବିକାଶ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରର ନିର୍ଦେଶକ ଆଶିଷ ଗିଲ୍‌‌, ସହନିର୍ଦେଶକ ଡ.ତାପସ ସାମନ୍ତରାୟ ଓ କାର୍ଯ୍ୟକ୍ରମ ନିର୍ବାହୀ ଜୟଦୀପ ଘୋଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories