ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପାଇଁ ଚଳଚଞ୍ଚଳ କଟକ

ଭୁବନେଶ୍ବର : ଦେଶର ନୂତନ କ୍ରୀଡ଼ା ହବ୍ ଭାବେ ଉଭା ହୋଇଥିବା ଓଡ଼ିଶାରେ ଆଉ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ମଞ୍ଚ ପ୍ରସ୍ତୁତି ଶେଷହୋଇଛି। ଜୁଲାଇ ୧୭ରୁ ୨୨ ପର୍ଯ୍ୟନ୍ତ କଟକର ଜବାହାରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଆୟୋଜିତ ହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌। ଏଥିପାଇଁ କଟକରେ ଟେବୁଲ ଟେନିସର ବାତାରବଣ ସୃଷ୍ଟିହୋଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳ କରିବା ନେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏନ ପକ୍ଷରୁ ପ୍ରସ୍ତୁତି ଶେଷହୋଇଛି। ​
ମେ’ ୩ରେ ଉପକୂଳ ଓଡ଼ିଶାରେ ସାମୁଦ୍ରିକ ଝଡ଼ ଫଣି ପରେ କ୍ଷତିଗ୍ରସ୍ତ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମକୁ ମରାମତି କରାଯିବା ସହ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ଲାଗି ନୂଆ ରୂପ ଦିଆଯାଇଛି। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ୧୫ଟି ଦେଶ ଖେଳାଳି ଓ ଅଫିସିଆଲଙ୍କୁ ସ୍ବାଗତ କରିବା ନେଇ ଓଡ଼ିଶା ଅପେକ୍ଷା କରିଛି। ୧୫ରେ ଇଂଲଣ୍ଡ ଓ ସିଙ୍ଗାପୁର ଦଳ ପ୍ରଥମେ ଓଡ଼ିଶାରେ ପହଞ୍ଚିବେ। ୧୬ରେ ଭାରତ ସମେତ ଅନ୍ୟ ଦେଶର ଖେଳାଳି ପହଞ୍ଚିବେ। ଉଗାଣ୍ଡା ଓ ଜର୍ସି ଶେଷ ମୁହୂର୍ତ୍ତରେ ଓହରି ଯାଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ଦଳ ଭିସା ଅପେକ୍ଷାରେ ଥିବା ବେଳେ ଖେଳିବା ନେଇ ଏ​‌େ​‌ବ ବି ଆଶଙ୍କା ରହିଛି। ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଇତିହାସକୁ ଦେଖିଲେ କଟକରେ ପ୍ରଥମ ଟେବୁଲ ଟେନିସ୍ ବିଶ୍ବକପ୍‌ର ୫୦ ବର୍ଷ ପୂରଣ ହେବ। ୧୯୬୯ରେ ଜର୍ମାନୀର ମ୍ୟୁନିକ୍‌ରେ ବିଶ୍ବ ଟେବୁଲ ଟେନିସ ଚମ୍ପିଆନସିପ୍‌ର ପ୍ରଥମ ସଂସ୍କରଣ ଖେଳା ଯାଇଥିଲା। ୧୯୭୧ରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌ର ପ୍ରଥମ ସଂସ୍କରଣ ସିଙ୍ଗାପୁରରେ ଖେଳା ଯାଇଥିଲା। କଟକର ପ୍ରତିଯୋଗିତା ଭାରତରେ ୭ମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌ ହେବ। ପୂର୍ବରୁ ୧୯୮୨ ମୁମ୍ବଇ, ୧୯୯୪ ହାଇଦ୍ରାବାଦ୍‌, ୨୦୦୧ ଦିଲ୍ଲୀ, ୨୦୦୭ ଜୟପୁର, ୨୦୧୩ ଦିଲ୍ଲୀ ଓ ୨୦୧୫ ସୂରତରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଶେଷ ଥର ପାଇଁ ସୂରତ​‌େ​‌ର ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଭାରତ ରେକର୍ଡ ୬ଟି ସ୍ବର୍ଣ୍ଣ, ୬ ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ୧୬ଟି ପଦକ, ୨୦୧୩ ଦିଲ୍ଲୀ ରାଜ୍ୟଗୋଷ୍ଠୀ ଟିଟିରେ ୯ଟି ପଦକ ହାସଲ କରିିଥିଲା। ପୁରୁଷ ଦଳଗତ ଇଭେଣ୍ଟରେ ଭାରତ ଏବଂ ମହିଳା ଦଳଗତ ଇଭେଣ୍ଟରେ ମାଲେସିଆ ଟାଇଟଲ ବଜାୟ ରଖିବେ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ; ଏହି ଜବାହାରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଗତ ଜାନୁୟାରୀରେ ତାରକା ଖେଳାଳି ଶରତ କମଲ ରେକର୍ଡ ୯ମ ଥର ପାଇଁ ଜାତୀୟ ଟାଇଟଲ ହାସଲ କରିଥିବାବେଳେ ଯୁବ ଖେଳାଳି ଅର୍ଚନା କାମତ୍ ମହିଳା ସିଙ୍ଗଲ୍‌ସ ଚମ୍ପିଆନ୍​ ଇଥିଲେ।

kalyan agarbati

Comments are closed.