www.samajalive.in
Friday, December 12, 2025
15.1 C
Bhubaneswar

ଦିବ୍ୟାଙ୍ଗଙ୍କୁ ଶୀଘ୍ର ରେଳପାସ ଯୋଗାଅ

କଟକ : ଦିବ୍ୟାଙ୍ଗଙ୍କୁ ଆବଶ୍ୟକ ମୁତାବକ ରେଳ ପାସ ଯୋଗାଇଦେଵାକୁ କଟକ ସ୍ଥାୟୀ ଲୋକ ଅଦାଲତ ନିର୍ଦେଶ ଦେଇଛନ୍ତି। ମାମଲା(ର ବିବରଣୀରୁ ପ୍ରକାଶ ଯେ କଟକ ଜିଲା ନରସିଂହପୁର ବ୍ଲକ ପାଇକପଡା ଗ୍ରାମର ଶ୍ରୀଧର ସାହୁଙ୍କ ନାବାଳକ ପୁତ୍ର ଲକ୍ଷ୍ମୀଧର ସାହୁ କୌଣସି କାରଣବଶତଃ ପୋଡି ହୋଇ ଏସସିବି ମେଡ଼ିକାଲ କଲେଜରେ ଚିକିତ୍ସିତ ହୋଇଥିଲେ। ତେବେ ଶରୀରର ୫୦ପ୍ରତିଶତ ପୋଡିଯିବା ହେତୁ ସେ ବିକଳାଙ୍ଗ ହୋଇଯାଇଥିଲେ। ନାବାଳକକୁ ମେଡିକାଲ ବୋର୍ଡ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇଥିବା ବେଳେ ସେ ରେଳ ପାସ ପାଇବା ପାଇଁ ଦରଖାସ୍ତ କରିଥିଲେ; କିନ୍ତୁ ରେଳବାଇ ପାସ ଦେଵାକୁ ଅଗ୍ରାହ୍ୟ କରି ଦେଇଥିଲେ। ଏହାକୁ ଚାଲେଞ୍ଜ କରି ଅାବେଦନକାରୀ କ୍ୟାଣ୍ଟନମେଣ୍ଟସ୍ଥିତ ସ୍ଥାୟୀ ଲୋକ ଅଦାଲତରେ ଏକ ମାମଲା ଦାୟର କରିଥିଲେ। ଲୋକ ଅଦାଲତ ଅଧ୍ୟକ୍ଷ ପ୍ରେମରାଜ ବହିଦାର, ସଦସ୍ୟ ତପନ କୁମାର ମଣ୍ଡଳ, ପ୍ରଦୀପ କୁମାର ପଟ୍ଟନାୟକ ଉକ୍ତ ଅାବେଦନ ଉପରେ ଶୁଣାଣି କରି ଦିବ୍ୟାଙ୍ଗଙ୍କୁ ଅାବଶ୍ୟକ ରେଳଵାଇ ପାସ ଯଥାଶୀଘ୍ର ଦେଵା ପାଇଁ ପୂର୍ବତଟ ରେଳବାଇ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories