ଡେସ୍କ: ଚଳିତ ଥର କଟକରେ ଦଶହରା ପର୍ବକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ଏ ନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ କହିଛନ୍ତି ଯେ କଟକରେ ପୂଜା ଓ ଭସାଣ ପାଇଁ ୫୫ ପ୍ଲାଟୁନ ପୁଲିସ ମୁତୟନ ହେବେ। ଏଥିରେ ୮ ଜଣ ଏଡିସିପି, ୩୪ ଜଣ ଡିଏସପି ଓ ୫୪ ଜଣ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ। ଏହା ବ୍ୟତୀତ ୩୫୦ ଜଣ ଏସଆଇ ଓ ଏଏସଆଇ ମଧ୍ୟ ମୁତୟନ ହେବେ। ସମ୍ପୂର୍ଣ୍ଣ ସହରକୁ ୬ଟି ଜୋନରେ ଭାଗ କରାଯାଇଛି ଓ ସଠିକ ପୁଲିସ ପରିଚାଳନା ଏବଂ ଶାନ୍ତି ଶୃଙ୍ଖଳା ନିମନ୍ତେ ୩୪ଟି ପୁଲିସ ସହାୟତା କେନ୍ଦ୍ର କାର୍ଯ୍ୟ କରିବ। ଏହି ପୂଜାରେ ୬୦୦ଟି ସିସିଟିଭି କ୍ୟାମେରା ସାରା ସହର ଉପରେ ନଜର ରଖିବ।
ତେବେ ଚଳିତ ଥର ଶଦ୍ଦ ପ୍ରଦୂଷଣ ରୋକିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ୬୫ ଡେସିବେଲ୍ରୁ ଅଧିକ ଶଦ୍ଦକୁ କଡାକଡି ଭାବେ ବାରଣ କରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।



