www.samajalive.in
Thursday, December 11, 2025
16.1 C
Bhubaneswar

ଜୁଆଆଡ୍ଡା ଉପରେ ଚଢ଼ାଉ, ୯ ଗିରଫ

ଗୋପାଳପୁର: ଗୋପାଳପୁର ପୁଲିସ ବୁଧବାର ରାତିରେ ବଡ଼କୁସ୍ଥଳୀ ଗ୍ରାମରେ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୯ ଜଣଙ୍କୁ ଗିରଫ କରିଛି। ଏଥି ସହ ତାଙ୍କଠାରୁ ୩୯ ହଜାର ୮ ଶହ ଟଙ୍କା, ୯ଟି ମୋବାଇଲ, ୨ଟି ତାସବିଡା ଓ ଗୋଟିଏ ପାଲ ଜବତ କରିଛି। ଗତକାଲି ରାତିରେ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଏକ ପୁଲିସ ଟିମ୍ ସହ ପାଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ବଡ଼କୁସ୍ଥଳୀ ଗ୍ରାମରେ ଜୁଆ ଖେଳ ଚାଲିଥିବା ଖବର ପାଇ ସେଠାରେ ଚଢ଼ାଉ କରିଥିଲେ। ସେଠାରୁ ୯ ଜଣଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୩୯ ହଜାର ୮ ଶହ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରିଥିଲେ। ଏନେଇ କେସ ନମ୍ବର ୪୧୦/୨୩ ରେ ଏକ ମାମଲା ରୁଜୁ କରି ସମସ୍ତଙ୍କୁ ସର୍ତ୍ତମୂଳକ ଜାମିନରେ ଛଡ଼ାଯାଇଥିବା ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି। ଚଢ଼ାଉ ବେଳେ ଏଏସଆଇ ବିରଞ୍ଚି ନାରାୟଣ ଚୌଧୁରୀ, ପ୍ରଶାନ୍ତ କୁମାର ଡାକୁଆଙ୍କ ସମେତ ପୁଲିସ ଟିମ୍ ଉପସ୍ଥିତ ଥିଲେ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories