www.samajalive.in
Thursday, December 11, 2025
16.1 C
Bhubaneswar

ଆସନ୍ତାକାଲିଠାରୁ ବସ ଧର୍ମଘଟ, ପାର୍ବଣରେ ଲୋକେ ନିରାଶ

ଭୁବନେଶ୍ବର: ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତାକାଲିଠାରୁ ବସ ଧର୍ମଘଟ ହେବ ବୋଲି ଘରୋଇ ବସ ମାଲିକ ସଂଘର ଘୋଷଣା କରିଛି। ବସ ଧର୍ମଘଟ ନିଷ୍ପତ୍ତିରେ ଅଟଳ ରହିଛି ବସ ମାଲିକ ସଂଘ ଏବଂ ଆସନ୍ତାକାଲିଠାରୁ ବସ ଧର୍ମଘଟ କରାଯିବ ବୋଲି  ସଂଘ ପକ୍ଷରୁ କୁହାଯାଇଛି। ସରକାର ଲିଖିତ ପ୍ରତିଶ୍ରୁତି ନ ଦେବାରୁ ଧର୍ମଘଟ ପାଇଁ ସଂଘ ପକ୍ଷରୁ ପାର୍ବଣ ସମୟରେ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି ବୋଲି ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଆସନ୍ତାକାଲିଠାରୁ ବସ୍‌ ଧର୍ମଘଟ ନେଇ ଘରୋଇ ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇ କହିଛନ୍ତି ଯେ ସରକାର ଲିଖିତି ପ୍ରତିଶ୍ରୁତି ନଦେବାରୁ ମାଲିକ ସଂଘ ବସ୍ ଧର୍ମଘଟ ନିଜ ନିଷ୍ପତ୍ତିରେ ଅଟଳ ରହିଲା। ଆସନ୍ତାକାଲି ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ ଜାରି ରହିବ। ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ ଧର୍ମଘଟ କରୁଛୁ। ପୂଜା ସମୟରେ ଯାତ୍ରୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନୁହେଁ। ଏନେଇ ଯାତ୍ରୀଙ୍କଠାରେ କ୍ଷମା ପ୍ରାର୍ଥନା କରୁଛୁ ବୋଲି ଶ୍ରୀ ସାହୁ କହିଛନ୍ତି।

- Advertisement -

ଘରୋଇ ବସ୍ ମାଲିକ ସଂଘର ଏହି ନିଷ୍ପତ୍ତି ଫଳରେ ଆସନ୍ତାକାଲିଠାରୁ ରାଜ୍ୟର ଲକ୍ଷ ଲକ୍ଷ ଲୋକ ହଇରାଣ ହେବ। ଦଶହରା ପାଇଁ ଆସନ୍ତାକାଲିଠାରୁ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକୁ ସରକାର ଛୁଟି ଘୋଷଣା କରିଛନ୍ତି। ତେଣୁ ଛାତ୍ରଛାତ୍ରୀମାନେ ଆସନ୍ତାକାଲି ନିଜ ନିଜ ଘରକୁ ଯିବାକୁ ଥିବାବେଳେ ଘରୋଇ ବସ ମାଲିକ ସଂଘ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବସ ଧର୍ମଘଟ ଡାକରା ଦେଇଛି। ସେହିପରି ଦଶହରା ପର୍ବ ଉପଲକ୍ଷେ ଲୋକେ ନିଜ ଗାଁକୁ ବା ବନ୍ଧୁବାନ୍ଧବ ଘରକୁ ଯିବା ପାଇଁ ବାହାରିଥିଲେ, ସେମାନେ ବି ଚିନ୍ତାରେ ପଡ଼ି ଯାଇଛନ୍ତି। ଅନେକ ଲୋକ ଆଗୁଆ ସିଟ୍ ବୁକିଂ କରିଥିଲେ। କିନ୍ତୁ ବସ୍‌ ଧର୍ମଘଟ ଖବର ସମସ୍ତଙ୍କୁ ନିରାଶ କରିଛି।

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ ଡାକରା ଦେଇଛି।। ସଂଘ ପକ୍ଷରୁ କୁହାଯାଇଛି ଯେ ଗତ ୧୦ ତାରିଖରେ ସରକାରଙ୍କ ସହ ଆଲୋଚନା ହୋଇଥିଲା। ସେହି ଅନୁସାରେ ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି। ଲକ୍ଷ୍ମୀ ଯୋଜନାରେ ଚାଲିବାକୁ ଥିବା ବସଗୁଡ଼ିକୁ ବ୍ଲକ ସ୍ତରରେ ସୀମିତ ରଖି ଜିଲା ମୁଖ୍ୟାଳୟକୁ ଚଳାଇବେ ନାହିଁ ବୋଲି କହିଥିଲେ ରାଜ୍ୟ ସରକାର। କିନ୍ତୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିବା ୬ ଜିଲା ସମେତ ଅନ୍ୟ ଜିଲାଗୁଡ଼ିକରେ ଜିଲା ମୁଖ୍ୟାଳୟକୁ ମୋ ଲକ୍ଷ୍ମୀ ବସ ସରକାର ଚଲାଇଛନ୍ତି। ଏହାକୁ ଘରୋଇ ବସ ମାଲିକ ସଂଘ ପ୍ରତିବାଦ କରି ଧର୍ମଘଟ ଡାକରା ଦେଇଛି।

ଅପରପକ୍ଷରେ ଅନେକ ଯାତ୍ରୀ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ସରକାର ଓ ବସ ମାଲିକ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଆମେ କାହିଁକି ହଇରାଣ ହେବୁ।  ଘରୋଇ ବସ ମାଲିକ ସଂଘର ବସ ଧର୍ମଘଟ ଡକରା ପାର୍ବଣ ସମୟରେ ଆମକୁ ନିରାଶ କରିଦେଇଛି। ବନ୍ଧୁବାନ୍ଧବ ଅଥବ ନିଜ ଘରକୁ ଯିବା ପାଇଁ ବେଶ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ସରକାର ଓ ବସ ମାଲିକଙ୍କ ବିବାଦ ଯୋଗୁଁ ଆମେ କାହିଁକି ହଇରାଣ ହେବୁ ବୋଲି ପ୍ରଶ୍ନ କରିବା ସହିତ ଏହି ସମସ୍ୟା ତୁରନ୍ତ ସମାଧାନ କରିବାକୁ ଯାତ୍ରୀମାନେ ସରକାରଙ୍କୁ ନିବେଦନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories