www.samajalive.in
Monday, December 15, 2025
17.1 C
Bhubaneswar

ନବବର୍ଷ ୨୦୨୦ ଉପଲକ୍ଷେ ପୁଲିସ ମହା ନିର୍ଦ୍ଦେଶକଙ୍କ ଆରକ୍ଷୀ ବିଭାଗର ସମସ୍ତକୁ ଶୁଭକାମନା

କଟକ :  ନବବର୍ଷ ୨୦୨୦ ଉପଲକ୍ଷେ ରାଜ୍ୟ ପୁଲିସ ମୁଖ୍ୟାଳୟ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ମହାନ୍ତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତଥି ଭାବେ ଅଂଶ ଗ୍ରହଣ କରି ସମସ୍ତଙ୍କୁ ନବବର୍ଷର ଶୁଭକାମନା ଜଣାଇବା ସହ କର୍ତ୍ତବ୍ୟ ପ୍ରତି ସଜାଗ ଓ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।

 ଗତ ୨୦୧୯ ବର୍ଷରେ ରାଜ୍ୟ ପୁଲିସ ଅପରାଧର ବଭିନ୍ନ ବିଭାଗରେ ଖୁବ ସଫଳତା ହାସଲ କରିଥିଲା। ସାଧାରଣ ନିର୍ବାଚନ ଠାରୁ ଆରମ୍ଭ  କରି ଆଇନ ଶୃଙ୍ଖଳା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଖୁବ ସଫଳ ଭାବେ ପରିଚାଳନା କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ରାଜ୍ୟ ପୁଲିସ ଖୁବ ଦକ୍ଷତାର ସହ କାମ କରି ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ସଫଳତା ହାସଲ କରିବ। ଏହି  ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ  ଅଭୟ ଏକ ଲୋକାଭିମୁଖୀ ପୁଲିସ ଉପରେ ଗୁରୁତ୍ବ ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କ ପ୍ରଦତ୍ତ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମକୁ ପୁଲିସ ବିଭାଗରେ ସଫଳତାର ସହ କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ। ଓଡ଼ିଶା ପୁଲିସ ପାଇଁ ଅନେକ ଆହ୍ବାନ ଥିଲେ ମଧ୍ୟ ଆମେ ସମେସ୍ତ ଏକାଠି ଦଳଗତ ଭାବ କାର୍ଯ୍ୟକରି ସମସ୍ତ ଆହ୍ବାନକୁ ଅତିକ୍ରମ କରିପାରିବ ଓ ଓଡ଼ିଶା ପୁଲିସର ସୁନାମକୁ ଆହୁରି ଉଚ୍ଚାରେ ପହଞ୍ଚାଇ ପାରିବା ବୋଲି ଅଭୟ ଏହି ଅବସରରେ ପ୍ରକାଶ କରିଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବନ୍ଧୁ ମିଳିନ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୁଲିସ ଓ ରାଜ୍ୟ ପୁଲିସ ମୁଖ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ପରଷ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ।

- Advertisement -

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories