ଜବାହରଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମରେ ଆନ୍ତଃରାଜ୍ୟ ଓ ରାଜ୍ୟସ୍ତରୀୟ ଟେବୁଲ୍ ଟେନିସ୍ ଚାମ୍ପିୟନ୍ସିପ୍ ଉଦ୍ଘାଟିତ
କଟକ: କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ଠାରେ ବୁଧବାର ୨୫ତମ ଆନ୍ତଃରାଜ୍ୟ ଓ ରାଜ୍ୟସ୍ତରୀୟ ଟେବୁଲ୍ ଟେନିସ୍ ଚାମ୍ପିୟନ୍ସିପ୍ ଉଦ୍ଘାଟିତ ହୋଇଛି। ଏଥିରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର୍ ଅନିଲ କୁମାର ସାମଲ ଯୋଗଦେଇ ନିଜକୁ ଶ୍ରେଷ୍ଠ ଭାବେ ପ୍ରମାଣିତ କରିବାପାଇଁ ଯେକୌଣସି କ୍ଷେତ୍ରରେ ଉଦ୍ୟମ କରାଯିବାର ଆବଶ୍ୟକତା ରହିଥିବାର କହିଛନ୍ତି। ବିଶେଷକରି କ୍ରୀଡ଼ାକ୍ଷେତ୍ରରେ ଖେଳାଳିମାନେ ସବୁ ସମୟରେ ଶ୍ରେଷ୍ଠ ପ୍ରଦର୍ଶନପାଇଁ ନିଜକୁ ପ୍ରସ୍ତୁତ ରଖିବାର ଆବଶ୍ୟକତା ରହିଛି। ଏଥିରେ ଅନ୍ୟତମ ଅତିଥି ଭାବେ କଟକ ମହାନଗର ନିଗମ କମିଶନର୍ ଅନନ୍ୟା ଦାସ କହିଛନ୍ତି, ଏପରି ରାଜ୍ୟସ୍ତରୀୟ କ୍ରୀଡାର ଆୟୋଜନଦ୍ୱାରା ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଇଭେଣ୍ଟ୍ ପାଇଁ ଖେଳାଳି ମନୋନୟନର ସୁଯୋଗ ମିଳିଥାଏ। ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ଚାମ୍ପିୟନ୍ସିପ୍ରେ ୨୦ଟି ଜିଲା ଓ ୫ଟି ଅନୁଷ୍ଠାନର ୩୧୦ ଜଣ ଖେଳାଳି ଭାଗ ନେଇଛନ୍ତି। ଆସନ୍ତା ୯ ତାରିଖ ସନ୍ଧ୍ୟାରେ ଏହା ଉଦ୍ଯାପିତ ହେବ।
Comments are closed.