www.samajalive.in
Sunday, December 7, 2025
23.1 C
Bhubaneswar

ଢାବା ଛତୁ ତରକାରୀ

ଆବଶ୍ୟକ ସାମଗ୍ରୀ
ଛତୁ – ୪୦୦ ଗ୍ରାମ
କଟା ପିଆଜ – ୧ଟି
କଟା ଟମାଟୋ – ୧ଟି
କଟା ଅଦା – ଅଳ୍ପ
ରସୁଣ – ୪ରୁ ୫ଖଣ୍ଡ
ବାଦାମ – ୫ରୁ ୬ଟି
ହଳଦୀ ଗୁଣ୍ଡ – ଅଳ୍ପ
ତେଜ ପତ୍ର – ୨ଟି
ଡ଼ାଲଚିନି – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଗରମ ମସଲା – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
କସ୍ତୁରୀ ମେଥି – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତୀ ପ୍ରଣାଳୀ – ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ରଖନ୍ତୁ। ଗ୍ୟାସ ଲଗାଇ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ କଟା ପିଆଜ, ରସୁଣ, ଟମାଟୋ ପକାଇ ଭାଜି ଦିଅନ୍ତୁ। ଭାଜିବା ପରେ ଏହାକୁ ଏକ ପାତ୍ରକୁ କାଢି ଥଣ୍ଡା କରନ୍ତୁ। ଥଣ୍ଡା ହେବା ଏଥିରେ ଅଦା, ବାଦାମ, ସାମାନ୍ୟ ପାଣି ପକାଇ ଏହାକୁ ପେଷି ଦେଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ପୁଣି ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ତେଜପତ୍ର, ଡ଼ାଲଚିନି ପକାଇ ଭାଜନ୍ତୁ। ଭାଜିବା ପରେ ଏଥିରେ ପ୍ରସ୍ତୁତ କରି ରଖିଥିବା ପେଷ୍ଟ ପକାଇ କଷନ୍ତୁ। କିଛି ସମୟ କଷିବା ପରେ ଏଥିରେ ଲୁଣ, ହଳଦୀ ଗୁଣ୍ଡ ପକାନ୍ତୁ। ଏହାପରେ ଛତୁରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ମସଲା କଷି ହେବା ପରେ ଛତୁକୁ ପକାଇ ଗୋଳାନ୍ତୁ। ଛତୁ ପକାଇବା ପରେ ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ପକାଇ ସାମନ୍ୟ ପାଣି ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ଏଥିରେ ଧନିଆ ପତ୍ର ପକାନ୍ତୁ। ୨ ମିନିଟ ଗ୍ୟାସରେ ବସାଇ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଢାବା ଛତୁ ତରକାରୀ ।

courtesy : Pinterest

ଏହାକୁ ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories