www.samajalive.in
Saturday, December 6, 2025
14.1 C
Bhubaneswar

ଜୀରା ଓ ଡାଲଚିନିର ମିଶ୍ରଣ ଦୂର କରିବ ଅନେକ ରୋଗ

ବେଳେବେଳେ ଆମ ରୋଷେଇ ଘରେ ଥିବା କିଛି ସାଧାରଣ ଜିନିଷ ଆମ ପାଇଁ ମହୌଷଧୀ ପାଲଟିଯାଏ। ସେହପରି ଦୁଇଟି ସାମଗ୍ରୀ ହେଉଛି ଜିରା ଓ ଡାଲଚିନି। ଏହି ଦ୍ବୟର ମିଶ୍ରଣ ଅନେକ ରୋଗ ଦୂର କରିବାରେ ସହାୟକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଜୀରା ଓ ଡାଲଚିନିକୁ କିପରି ବ୍ୟବହାର କରିବା ଦ୍ବାରା ଆମେ ଅନେକ ସମସ୍ୟାରୁ ମୁକ୍ତି ପାଇ ପାରିବା –

ଏପରି କରନ୍ତୁ ବ୍ୟବହାର :

- Advertisement -

ଜୀରା ଏବଂ ଡାଲଚିନିର ମିଶ୍ରଣ ଏକ ଔଷଧୀ ସଦୃଶ। ଏଥିରେ ଭିଟାମିନ, କ୍ୟାଲସିୟମ, କପର ଏବଂ ଆଇରନ ଭଳି ଅନେକ ପୋଷକତତ୍ତ୍ବ ଭରି ରହିଛି। ଏହା ଓଜନ କମ୍ କରିବା ସହ ଶରୀର ସୁସ୍ଥ ମଧ୍ୟ ରଖିଥାଏ। ସବୁଠାରୁ ଖାସ୍ ହେଉଛି ଏଥିରେ କୌଣସି ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ନଥାଏ। ଏହାକୁ ବ୍ୟବହାର କରିବା ପାଇଁ ଦୁଇ ସାମଗ୍ରୀକୁ ମିଶାଇ ଏକ ପାନୀୟ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ପାନୀୟ ପ୍ରସ୍ତୁତ କରିବା ପାଇଁ ଏକ ଗ୍ଳାସ ଗରମ ପାଣିରେ ଡାଲଚିନି ଏବଂ ଜୀରା ଗୁଣ୍ଡକୁ ମିଶାନ୍ତୁ। ଏଥିରେ ଏକ ଚାମଚ ମହୁ ମିଶାଇ ଦୈନିକ ରାତିରେ ଅଥବା ସକାଳେ ଖାଲି ପେଟରେ ପିଅନ୍ତୁ। କିଛି ଦିନ ମଧ୍ୟରେ ଆପଣ ଏହାର ଫାଇଦା ଜାଣିପାରିବେ।

-ଏହି ମିଶ୍ରଣକୁ ଦୈନିକ ପିଇବା ଦ୍ବାରା ଶରୀରରେ ଥିବା ଅତ୍ୟଧିକ ଚର୍ବି କମ୍ ହୋଇଥାଏ।
-ଖରା ଦିନରେ ଦେଖାଯାଇଥିବା ଡିହାଇଡ୍ରେସନର ସମସ୍ୟା ଏହି ପାଣି ସେବନ ଦ୍ବାରା କମ୍ ହୋଇଥାଏ।
-ହୃଦରୋଗୀଙ୍କ ପାଇଁ ଏହାର ସେବନ ଖୁବ୍ ଲାଭଦାୟକ ହୋଇଥାଏ। ଏହା କୋଲେଷ୍ଟ୍ରଲର ମାତ୍ରା ନିୟନ୍ତ୍ରଣରେ ରଖିଥାଏ।
-ଏଥିରେ ଆଇରନ ଭରପୁର ମାତ୍ରାରେ ଥିବାରୁ ଏହା ଶରୀରରେ ରକ୍ତର ମାତ୍ରା ଠିକ୍ ରଖିଥାଏ।
-ଦୈନିକ ଏହି ପାଣି ପିଇବା ଦ୍ବାରା ଶରୀରରେ ଗ୍ଳୁକୋଜର ମାତ୍ର ଠିକ୍ ରଖିଥାଏ।
-ଏହି ପାଣିକୁ ପ୍ରତିଦିନ ସକାଳେ ପିଇବା ଦ୍ବାରା ଏସିଡିଟି ଏବଂ ପେଟ ଫୁଲିବା ଆଦି ସମସ୍ୟା କମ୍ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories