ମୁମ୍ବଇ : ଆଉ ମାତ୍ର ଏକ ଦିନ ପରେ ଗୁରୁବାରଠାରୁ ଇଂଲଣ୍ଡରେ କ୍ରିକେଟ୍ ବିଶ୍ୱକପ୍-୨୦୧୯ ଅନୁଷ୍ଠିତ ହେବ। ଚଳିତ ବର୍ଷ ବିଶ୍ବକପର ମୁକୁଟ କେଉଁ ଦଳ ପିନ୍ଧିବ ଏହାକୁ ନେଇ ଅନେକ ପୂର୍ବତନ କ୍ରିକେଟରଙ୍କଠାରୁ ଆରମ୍ଭ କରି ଅନେକ କ୍ରିକେଟ୍ ପ୍ରେମୀ ପୂର୍ବାନୁମାନ କରିଛନ୍ତି। ଏହି ଶ୍ରୋତରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ସାମିଲ ହୋଇଛନ୍ତି। ସଚିନ ବିଶ୍ବକପ ସେମିଫାଇନାଲରେ କେଉଁ ଦଳ ପହଞ୍ଚିବ ତାହାକୁ ନେଇ ପୂର୍ବାନୁମାନ କରିଛନ୍ତି। ସଚିନ କହିଛନ୍ତି- ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ସେମିଫାଇନାଲ ଖେଳିବା ନିଶ୍ଚିତ ଲାଗୁଥିଲାବେଳେ ଚତୁର୍ଥ ଦଳ ଭାବେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟ ଜଣେ କିଏ ଖେଳିବ ବୋଲି ସେ କହିଛନ୍ତି।
ଜୁନ ୫ରେ ଭାରତ ତାର ପ୍ରଥମ ମ୍ୟାଚରେ ଇଂଲଣ୍ଡର ରୋଜ କ୍ରିକେଟ୍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଭାରତ ଜୁନ ୧୬ରେ ଇଂଲଣ୍ଡର ଓଲ୍ଡ ଟ୍ରାଫଡ୍ କ୍ରିକେଟ୍ ଗ୍ରାଉଣ୍ଡରେ ତାର ଚିରପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ। ସେହିଭଳି ଚଳିତ ବିଶ୍ବକପରେ ଭାରତ-ପାକିସ୍ତାନ ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଦର୍ଶକମାନେ ଆଶାବ୍ୟକ୍ତ କରିଛନ୍ତି।
୨୦୧୯-ବିଶ୍ବକପ ସେମିଫାଇନାଲରେ ପହଞ୍ଚି ପାରନ୍ତି ଏହି ଚାରୋଟି ଦଳ : ସଚିନ ତେନ୍ଦୁଲକର
Popular Categories



