କଟକ: କଟକ ବକ୍ସିବଜାର ପଟାପୋଲ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ତାଲିକାରୁ ହଟାଇଛନ୍ତି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । ଏହି ଅଞ୍ଚଳରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରି ଦିଆଯାଇଥିଲା ଓ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଥିଲା । ମାତ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ନମୁନା ନେଗେଟିଭ୍ ବାହାରିବା ପରେ ତାଙ୍କୁ କ୍ବାରେଣ୍ଟାଇନ ହୋମକୁ ପଠାଇ ଦିଆଯାଇଛି ଏବଂ ସମ୍ପୃକ୍ତ ଅଞ୍ଚଳରୁ ସଂଗୃହୀତ ସମସ୍ତ ୫୫ ନମୁନା ପରୀକ୍ଷା ପରେ ନେଗେଟିଭ୍ ଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଯାଇଛି । ଏହାପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରୁ ମୁକ୍ତ କରାଯାଇଛି ।
କଣ୍ଟେନମେଣ୍ଟ ଜୋନ ତାଲିକାରୁ ହଟିଲା କଟକ ପଟାପୋଲ ଅଞ୍ଚଳ
Popular Categories



