www.samajalive.in
Sunday, December 14, 2025
16.1 C
Bhubaneswar

କ୍ଷୀର ଅପମିଶ୍ରଣ ଘଟଣା : ମାଷ୍ଟର ମାଇଣ୍ଡ ଗିରଫ

ଗୁରୁଡିଝାଟିଆ : କ୍ଷୀର ଅପମିଶ୍ରଣ କରୁଥିବା ରାକେଟର ପର୍ଦ୍ଦାଫାସ କରିଛି ପୁଲିସ୍। ଶନିବାର କଟକ ଗୁରୁଡିଝାଟିଆ ଅଞ୍ଚଳରେ କ୍ଷୀର ମିଶ୍ରଣ କାର୍ଯ୍ୟର ମାଷ୍ଟର ମାଇଣ୍ଡ ଏବଂ ଜଣେ ସହଯୋଗୀଙ୍କୁ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି। ସୂଚନା ଅନୁସାରେ ସେପ୍ଟେମ୍ବର ୧୦ ତାରିଖରେ ଗୁରୁଡିଝାଟିଆ ଥାନା କୁଷ୍ପଙ୍ଗୀ ନିକଟରେ କ୍ଷୀର ଅପମିଶ୍ରଣ କରାଯାଉଥିବା ଖବର ପାଇ ପୁଲିସ୍ ଚଢାଉ କରିଥିଲା। ସେଠାରୁ ଅପମିଶ୍ରଣ କରୁଥିବା କ୍ଷୀର ବୋଝେଇ ଟ୍ୟାଙ୍କର ଓ ଏକ ଟାଟା ଏସି ଗାଡ଼ିରେ ବୋଝେଇ ହୋଇଥିବା ୫ଟି କ୍ଷୀର ଓ ରାସାୟନିକ ପଦାର୍ଥ ମିଶା ପାଣି ଜାରକୁ ଜବତ କରି ଥାନାକୁ ଆଣିଥିଲା। କ୍ଷୀରରେ ଅପମିଶ୍ରିତ ହେଉଥିବା ଲୁଣ,ପାଣି ,ପାଉଡର ଓ ରାସାୟନିକ ପଦାର୍ଥ ମିଶା ପାଣିକୁ ମଧ୍ୟ ଜବତ କରିଥିଲା । ଏବଂ ଉକ୍ତ ଜବତ ପଦାର୍ଥକୁ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପ୍ରେରଣ କରିଥିଲା । ତେବେ ଅପମିଶ୍ରଣକାରୀ ଅଭିଯୁକ୍ତ ଓ କ୍ଷୀର ବୋଝେଇ ଟ୍ୟାଙ୍କର ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବାବେଳେ ପୁଲିସ୍ ମାଷ୍ଟର ମାଇଣ୍ଡ ଏବଂ ସହଯୋଗୀକୁ ଗିରଫ କରିଛି।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories