www.samajalive.in
Friday, December 5, 2025
26.1 C
Bhubaneswar

ସରିଲା ତେଲ, ପିକ୍‌ଅପ୍‌ରେ ପେଟ୍ରୋଲ ପମ୍ପକୁ ବୋହିଲେ ବାଇକ୍‌

କଟକ: ସରିଲା ତେଲ, ବୁହା ହେଲା ବାଇକ୍। ଏମିତି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁରରେ । ରାତିରେ ଘରକୁ ଫେରୁଥିବାବେଳେ ନରସିଂହପୁର ନୂଖାପଡା ଗାଁର ଜଣେ ବ୍ୟକ୍ତି କୌଣସି କାମରେ ଅନୁଗୁଳ ଯାଇଥିଲେ। ଘରକୁ ଫେରିବା ସମୟରେ ନରସିଂହପୁର-ଅନୁଗୁଳ ଘାଟିରେ ହଠାତ୍ ତାଙ୍କ ବାଇକରୁ ତେଲ ସରିଯାଇଥିଲା। ବ୍ୟକ୍ତି ଜଣକ ପେଟ୍ରୋଲ ପମ୍ପ ଯାଇ ତେଲ ମାଗିବାରୁ କର୍ମଚାରୀମାନେ ବେତୋଲରେ ତେଲ ଦେଇହେବନି ବୋଲି କହିଥିଲେ। ଘାଟି ରାସ୍ତାରେ କିପରି ଯିବେ, ବାଧ୍ୟ ହୋଇ ବ୍ୟକ୍ତି ଜଣକ ଏକ ପିକ୍‌ଅପ୍‌ ଭ୍ୟାନ୍ ଭଡା କରି ସେଥିରେ ବାଇକ୍ ଲଦି କରି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଆଣିଥିଲେ। ପରେ ପେଟ୍ରୋଲ ପମ୍ପ କର୍ମଚାରୀ ପେଟ୍ରୋଲ ପକାଇବା ପରେ ବାଇକ ଚାଳକ ଜଣକ ନିଜ ବାଇକ୍ ଚଲାଇ ଘରକୁ ଯାଇଥିଲେ। ବର୍ତ୍ତମାନ୍ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories