ସମାଜ ଡିଜିଟାଲ ଡେସ୍କ: ମୋହନ ସରକାରଙ୍କୁ ଭାଙ୍ଗିବାକୁ ବିରୋଧୀ ଆଣିବେ କି ଅନାସ୍ଥା ପ୍ରସ୍ତାବ । ତେବେ ଏଭଳି ଚର୍ଚ୍ଚା ଭିତରେ ଅନାସ୍ଥା ପ୍ରସ୍ତାବରେ ନିଜେ କ୍ଷତାକ୍ତ ହେବେ ବିରୋଧୀ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିପାରିବେ, ହେଲେ ହୋମୱାର୍କ କରନ୍ତୁ । ବିଜେଡି, କଂଗ୍ରେସ ୪୦ବର୍ଷର ହିସାବ ନେଇକି ଆସନ୍ତୁ । ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ । ଆମେ ଗୋଟିଏ ବର୍ଷର ହିସାବ ଦେବୁ । ସେମାନେ ଲମ୍ବା ସମୟ ସରକାରରେ ରହି କ’ଣ କରିଛନ୍ତି ଏବଂ ଆମେ ବର୍ଷକରେ କଣ କାମ କରିଛୁ ତାହାର ରିପୋର୍ଟ ଦେବୁ ବୋଲି କହି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ସୁରେଶ ପୂଜାରୀ ।
ସୂଚନା ଅନୁସାରେ ଗତକାଲି ବିଜେପି ସରକାରଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ନେଇ ପିସିସି ସଭାପତି ଭକ୍ତ ଦାସ ଆହ୍ୱାନ ଦେଇଥିଲେ । ନାରୀଙ୍କୁ ନ୍ୟାୟ ପାଇଁ ଯଦି ବିଜେଡି ଲଢୁଛି ତେବେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣୁ, ଆମେ ସମର୍ଥନ ଦେବୁ ବୋଲି କହିଥିଲେ ଭକ୍ତ ଦାସ ।



