www.samajalive.in
Saturday, December 6, 2025
14.1 C
Bhubaneswar

କଟକ ଓ ଭୁବନେଶ୍ୱରରେ ଆଳୁ ପାଇଁ ଚଢାଉ

ଭୁବନେଶ୍ୱର : ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ସୋମବାର ଚଢା ଦରରେ ଆଳୁ ବିକ୍ରି ଅଭିଯୋଗରେ ଚଢାଉ କରିଛି ଯୋଗାଣ ବିଭାଗ । କଟକ ଛତ୍ରବଜାର ଓ ଭୁବନେଶ୍ୱରର ୪ ନମ୍ବର ମାର୍କେଟରେ ଯୋଗାଣ ବିଭାଗର ଟିମ୍‌ ଏହି ଚଢାଉ ଜାରି ରଖିଛନ୍ତି ।ଅନାବଶ୍ୟକ ଭାବେ ଆଳୁର ଦରଦାମ ବୃଦ୍ଧି କରାଯାଉଥିବା ଅଭିଯୋଗ ଉପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୪ନଂ ହାଟରେ ଆଳୁ ଗୋଦାମ ଓ ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରାଯାଉଛି ।
ସୂଚନାନୁଯାୟୀ, ୫ ମାସ ପରେ ପୁଣି ଥରେ ରାଜ୍ୟରେ ଆଳୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏହି ସଙ୍କଟ ଟାଳିବାକୁ ମୋହନଙ୍କ ସରକାର ପ୍ଲାନ୍‌-ଖ ଜରିଆରେ ଉତ୍ତରପ୍ରଦେଶରୁ ଆଳୁ ଆଣୁଛନ୍ତି। କାରଣ ୨ଦିନ ମଧ୍ୟରେ ଆଳୁ କିଲୋ ୧୦ରୁ ୧୫ଟଙ୍କା ବୃଦ୍ଧି ପାଇ ରବିବାର ଖୋଲା ବଜାରରେ ୪୦ରୁ ୪୫ ଟଙ୍କାରେ ପହଞ୍ଚିଥିଲା।

ସେହିପରି ରାଜ୍ୟ ଆଳୁ ସଙ୍କଟକୁ ନେଇ ରାଜ୍ୟ ସରକାର ଏବଂ ବ୍ୟବସାୟୀ ସଂଘ ମୁହାଁମୁହିଁ ହୋଇଛନ୍ତି। ଆଳୁର ଅଭାବ ଯୋଗୁ ଦର ବୃଦ୍ଧି ଘଟୁଥିବାବେଳେ ସରକାର ଉତ୍ତରପ୍ରଦେଶରୁ ୩୦୦ ଆଳୁ ଗାଡ଼ି ମଗାଯାଇଥିବା ରବିବାର କହିଥିଲେ। ସୋମବାର ଆଳୁ ଗାଡ଼ି ଓଡ଼ିଶାରେ ପହଞ୍ଚିବ ବୋଲି ମଧ୍ୟ ସୂଚନା ଦେଇଥିଲେ। ଏହାକୁ ନେଇ ଆପତ୍ତି ଉଠାଇଛି ବ୍ୟବସାୟୀ ସଂଘ। ସଂଘ ପକ୍ଷରୁ କୁହାଯାଇଛି ଯେ, ବ୍ୟବସାୟୀ ସଂଘ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଆଳୁ ମଗାଇଛି। କିଛି ଆଳୁ ଗାଡ଼ି ଉତ୍ତରପ୍ରଦେଶରୁ ଆସି ସୋମବାର ପହଞ୍ଚିଛି। ଉତ୍ତରପ୍ରଦେଶରୁ ଆହୁରି ୭୦ ଆଳୁ ଗାଡ଼ି ଏବଂ ପଶ୍ଚିମବଙ୍ଗରୁ ୩୦ ଗାଡ଼ି ଆସି ଖୁବଶୀଘ୍ର ପହଞ୍ଚିବ। ସରକାର ଯଦି ଆଳୁ ଗାଡ଼ି ମଗାଇଛନ୍ତି, ତାହା କେଉଁଠି ଅଛି ବୋଲି ବ୍ୟବସାୟୀ ସଂଘ ପ୍ରଶ୍ନ କରିଛି। ରାଜ୍ୟରେ ଆଳୁ ସଂକଟ ଦେଖାଦେବାରୁ ବ୍ୟବସାୟୀ ସଂଘ ଉତ୍ତର ପ୍ରଦେଶରୁ ୩୦୦ ଆଳୁ ଗାଡ଼ି ମଗାଇଥିବା ସଂଘର ମହାସଚିବ ସୁଧାକର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories