www.samajalive.in
Saturday, December 6, 2025
15.1 C
Bhubaneswar

କେନାଲରେ ବୁଡ଼ି ସାତ ବର୍ଷର ଶିଶୁ ମୃତ

କଟକ : କେନାଲରେ ବୁଡି ଶିଶୁ ମୃତ। ସୋମବାର ସକାଳେ ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ଗ୍ରାମର ସୁଶାନ୍ତ ସାହୁଙ୍କ ସାତ ବର୍ଷର ପୁଅ ଉମାକାନ୍ତ ସାହୁଙ୍କର ସ୍ଥାନୀୟ କେନାଲରେ ବୁଡି ଯାଇ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଓ ନିଶ୍ଚିନ୍ତକୋଇଲି ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି କେନାଲ ପାଣିରୁ ଉମାକାନ୍ତଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା କରାଇବା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲୋ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏ ସମ୍ପର୍କରେ ତାଙ୍କ ପରିବାର ତରଫରୁ ନେମାଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।

ଜାଣନ୍ତୁ.. କେମିତି ଲକ୍‌ ଓ ଅନ୍‌ଲକ୍‌ କରିବେ ନିଜର ଆଧାରକାର୍ଡ; ଆଉ ହେବେନି ଠକେଇର ଶିକାର..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories