www.samajalive.in
Saturday, December 6, 2025
16.1 C
Bhubaneswar

ମହାନଦୀରେ ନିଖୋଜ ଆଉ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର, ପରୀକ୍ଷା ଦେଇ ଗାଧୋଇବାକୁ ଯାଇଥିଲେ..

କଟକ: କଟକ ଜଗତପୁର ନିକଟ ବାଲିସାହି ଅଞ୍ଚଳରେ ମହାନଦୀରେ ଶୁକ୍ରବାର ଗାଧୋଉଥିବା ଅବସ୍ଥାରେ ବୁଡି ଯାଇ ନିଖୋଜ ଥିବା ନାବାଳକଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ତାଙ୍କ ନାମ ମନୋରଞ୍ଜନ ବେହେରା। ପ୍ରଥମେ ମହାନଦୀରେ ବୁଡି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିଥିଲେ।
ସୂଚନାନୁଯାୟୀ, ଜଗତପୁର ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୧ ଜଣ ଛାତ୍ର ସାହିତ୍ୟ ପରୀକ୍ଷା ଶେଷ ହେବା ପରେ ଘରକୁ ଯିବା ପରିବର୍ତ୍ତେ ନଦୀ କୂଳକୁ ଆସିଥିଲେ। ଏହି ସମୟରେ ଦୁଇ ଛାତ୍ର ଆର୍ଯ୍ୟନ ନାୟକ ଓ ମନୋରଞ୍ଜନ ବେହେରା ନଦୀକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡି ଯାଇଥିଲେ। ଖବର ପାଇ ଅଗ୍ନିଶମ ଓ ଓଡ୍ରାଫର ୨ଟି ଟିମ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅନେକ ସମୟ ଖୋଜାଖୋଜି କରିବା ପରେ ଆର୍ଯ୍ୟନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ମନୋରଂଜନଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ। ଏହି ଅଘଟଣ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଦେଖନ୍ତୁ ଭିଡିଓ ; ଚଳନ୍ତା ଟ୍ରେନ୍‌ରେ ଚଢୁଥିଲେ, ଖସିପଡିଲେ, ତା’ପରେ..

ୟୁଟ୍ୟୁବ୍‌ ସର୍ଟ୍ସ ପାଇଁ ଆସିଲା ବଡ ଅପଡେଟ୍‌; ଅକ୍ଟୋବର ୧୫ରୁ ହେବ ଏହି ପରିବର୍ତ୍ତନ ..

- Advertisement -

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories