ଦେଖନ୍ତୁ ଭିଡିଓ ; ଚଳନ୍ତା ଟ୍ରେନ୍ରେ ଚଢୁଥିଲେ, ଖସିପଡିଲେ, ତା’ପରେ..
ନୂଆଦିଲ୍ଲୀ : ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଲୋକେ ସାଧାରଣତଃ ଟ୍ରେନରେ ଯାତ୍ରା କରି ଥାଆନ୍ତି । ମାତ୍ର ଟ୍ରେନ୍ରେ ଯାତ୍ରା କରିବା ସମୟରେ ସାବଧାନ ରହିବା ନିତାନ୍ତ ଆବଶ୍ୟକ । ନଚେତ୍ ଦୁର୍ଘଟଣା ଘଟିବାର ଅଧିକ ସମ୍ଭାବନା ଥାଏ । ବିଶେଷ କରି ପ୍ଲାଟଫର୍ମରେ ଆଦୌ ଅବହେଳା କରିବା ଉଚିତ୍ ନୁହେଁ । ଅବହେଳା ଓ ଅସାବଧାନତା କାରଣରୁ ଅନେକ ଲୋକଙ୍କ ଜୀବନ ବିପଦରେ ପଡିବା ସହ ଜୀବନ ମଧ୍ୟ ଚାଲିଯାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ୍ ହେଉଛି । ଗୁଜରାଟର ଭାପି ଷ୍ଟେସନରେ ଏକ ଅଘଟଣ ଟଳି ଯାଇଛି । ବ୍ୟକ୍ତି ଜଣକ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ରକ୍ଷା ପାଇଛନ୍ତି।
ट्रेन पर चढ़ते ही फिसला पैर, RPF जवान ने बचाई जान
गुजरात: वापी रेलवे स्टेशन पर एक पुलिस कॉन्स्टेबल ने वक्त रहते एक पैसेंजर की जान बचा ली. दरअसल चलती ट्रेन में चढ़ते समय एक पैसेंजर का पैर फिसल गया. गनीमत रही कि प्लेटफॉर्म पर मौजूद कॉन्स्टेबल योगेश जगुभाई ने समझदारी दिखाते हुए… pic.twitter.com/X9DYqRnWcw
— NDTV India (@ndtvindia) October 4, 2024
ଦଶହରାରେ ୨ ରାଜଯୋଗ ସହ ଅଦ୍ଭୁତ ସଂଯୋଗ; ଏହି ରାଶିଙ୍କ ଭାଗ୍ୟ ବଦଳିଯିବ, ମିଳିବ ଧନ, ହେବ ବିବାହ..
ଭାପି ଷ୍ଟେସନରେ ଜଣେ ପୁଲିସ କନେଷ୍ଟବଳ ସଠିକ୍ ସମୟରେ ଜଣେ ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି । ଭିଡିଓରେ ଦେଖିପାରିବେ, ଏକ ଚଳନ୍ତା ଟ୍ରେନ୍ରେ ଜଣେ ଯାତ୍ରୀ ଚଢିବାକୁ ଚେଷ୍ଟା କରୁଥିବା ସମୟରେ ସେ ଖସି ପଡୁଛନ୍ତି । ସେହି ସମୟରେ ପ୍ଲାଟଫର୍ମରେ ଯାଉଥିବା ଜଣେ କନେଷ୍ଟବଳ ସଠିକ୍ ସମୟରେ ତାଙ୍କ ଜୀବନ ରକ୍ଷା କରିଛନ୍ତି । ସମ୍ପୂର୍ଣ୍ଣ ଘଟଣା କ୍ୟାମେରାରେ କଏଦ ହୋଇଛି । ଭିଡିଓ ଦେଖିବା ପରେ ସଭିଏଁ ଭିନ୍ନ ଭିନ୍ନ ମତ ଦେବା ସହ କନେଷ୍ଟବଳଙ୍କ ଖୁବ୍ ପ୍ରଶଂସା କରିଛନ୍ତି ।
Comments are closed.