www.samajalive.in
Saturday, December 6, 2025
14.1 C
Bhubaneswar

ଯାଞ୍ଚ ହେବ ପୋଲର ନିରାପତ୍ତା ; ଦିନଟିଏ ଧବଳେଶ୍ୱର ଝୁଲାପୋଲ ବନ୍ଦ

କଟକ : ଦିନଟିଏ ପାଇଁ ବନ୍ଦ ରହିବ ଆଠଗଡ ସ୍ଥିତ ଧବଳେଶ୍ୱରର ଝୁଲା ପୋଲ। ପୋଲର ନିରାପତ୍ତା ଯାଞ୍ଚ ପାଇଁ ଦିନଟିଏ ଝୁଲା ପୋଲ ବନ୍ଦ ରହିବା ନେଇ ସୋମବାର କଟକ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଗତକାଲି ଠାରୁ ଗୋଟିଏ ଦିନ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ। ଟେକ୍ନିକାଲ ଟିମ୍‌‌ ଦେଇଥିବା ରିପୋର୍ଟ ଅନୁସାରେ ଯାଞ୍ଚ କରାଯିବ। ଝୁଲା ପୋଲରେ ଯାତ୍ରାକୁ ସୀମିତ କରାଯିବ। ଆବଶ୍ୟକ ହେଲେ ସୁରକ୍ଷା ପାଇଁ ପୂରା ବନ୍ଦ କରାଯାଇପାରେ। ପୋଲ ନିକଟରେ ଅଗ୍ନିଶମ,ଓଡ୍ରାଫ ଟିମ୍‌‌ ମୁତୟନ ରହିବେ। ଲୋକଙ୍କୁ ଡଙ୍ଗାରେ ଯିବା ପାଇଁ କୁହାଯିବ ଏଥିପାଇଁ ସମସ୍ୟା ହୋଇପାରେ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି।ବର୍ତ୍ତମାନ କାର୍ତ୍ତିକ ମାସ ସହ କିଛି ଦିନରେ ବଡଓଷା ଓ ପଞ୍ଚୁକକୁ ଦୃଷ୍ଟିରେ ଅଧିକ ପଦକ୍ଷେପ ଗ୍ରହଣ କରାଯାଇଛି।
ଗୁଜରାଟରେ ଝୁଲା ପୋଲ ଅଘଟଣ ପରେ ପ୍ରଶାସନ ପକ୍ଷରୁ ଏହି ତତ୍ପରତା ଦେଖିବାକୁ ମିଳିଛି। ଧବଳେଶ୍ୱର ପୋଲର ନିରାପତ୍ତା ଯାଞ୍ଚ ପାଇଁ ଦିନଟିଏ ଝୁଲା ପୋଲକୁ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି।
ସୂଚନା ଯୋଗ୍ୟ , ଆଜି ସକାଳେ ଏକକାଳୀନ ପୋଲରେ ୨ଶହ ଯାତ୍ରୀଙ୍କୁ ଯାତାୟାତ କରିବା ନେଇ ଅନୁମତି ଦିଆଯାଇଥିଲା। ୨ଶହରୁ ଅଧିକ ଲୋକଙ୍କୁ ପୋଲରେ ଯିବା ନେଇ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories