www.samajalive.in
Saturday, December 6, 2025
26.1 C
Bhubaneswar

ପୁରୀରୁ ୯୦ଲକ୍ଷ ଟଙ୍କାର ଧଳାଜହର ଜବତ

ପୁରୀ: ରାଜ୍ୟରେ ଥମୁନି ଧଳାଜହର କାରବାର । ବିଭିନ୍ନ ଜିଲ୍ଲାରେ ଧଳାଜହର କାରବାର ବଢ଼ିବାରେ ଲାଗିଛି । ଆଜି ପୁରୀର ମଙ୍ଗଳା ଘାଟରୁ ୮୯୦ ଗ୍ରାମ୍‌ ଧଳାଜହର ଜବତ ହୋଇଛି । ବାସେଳୀସାହି ଥାନା ପୁଲିସ ଓ ଏସଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇ ଧଳାଜହର ଜବତ କରାଯାଇଛି । ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୯୦ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ ମଧ୍ୟ ରାଜ୍ୟର ରାଜଧାନୀ ସମେତ ଅନେକ ସ୍ଥାନରେ ଧଳାଜହର ଜବତ ହୋଇଥିବା ବେଳେ କିଛି ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି । ତଥାପି ରାଜ୍ୟରେ ଧଳାଜହର କାରବାର ଥମିବାରେ ନାଁ ନେଉନାହିଁ । ପୁଲିସ ମଖ୍ୟ କାରବାରର ପର୍ଦ୍ଦାଫାସ କରିପାରୁନଥିବା ଦେଖିବାକୁ ମିଳୁଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories