କଟକ : ଅସହ୍ୟ ଖରା ତାତି ସହ କଲବଲ କରୁଛି ଦୀର୍ଘ ସମୟ ଧରି ବିଦ୍ୟୁତ୍ କାଟ୍। ସୋମବାର କଟକ ସ୍ଥିତ ଯୋବ୍ରା ରୋଡ ମ୍ୟୁନିସିପାଲଟି କଲୋନୀ ଅଞ୍ଚଳ ସହ ଅନ୍ୟାନ୍ୟ ସ୍ଥାନରେ ଅପରାହ୍ଣ ୧ଟା ୧୦ ରୁ ବିଦ୍ୟୁତ୍ କାଟ୍ ହୋଇଛି। ପବନ, ଝଡ଼ବର୍ଷା କିମ୍ବା ଅନ୍ୟ କୌଣସି ବିଦ୍ୟୁତ କାଟ୍ ନେଇ ପୂର୍ବ ସୂଚନା ନଥାଇ ମଧ୍ୟ କାଟ୍ ହୋଇଛି। ସେଠାକାର ବିଦ୍ୟୁତ୍ ଉପଭୋକ୍ତା ମାନେ ବିଦ୍ୟୁତ ସହାୟତା ନମ୍ବର ୧୯୧୨ ଏବଂ ୧୮୦୦୩୪୫୭୧୨୨ ନମ୍ବରକୁ ଅଭିଯୋଗ ଜଣାଇବାକୁ ଚେଷ୍ଟା କଲେ ନମ୍ବର କାର୍ଯ୍ୟକ୍ଷମ ନଥିବା ଉତ୍ତର ମିଳୁଛି। ଯୋବ୍ରା ସ୍ଥିତ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ମୋବାଇଲ ନମ୍ବର ମଧ୍ୟ ବ୍ୟସ୍ତ ରହିଥିବା ଉପଭୋକ୍ତା ମାନେ କହିଛନ୍ତି। ପ୍ରବଳ ଗରମ ଓ ତାତିରେ ସର୍ବସାଧାରଣ ହନ୍ତସନ୍ତ ହେଉଥିବା ବେଳେ ଏଭଳି ବିଦ୍ୟୁତ୍ କାଟ୍ ପାଇଁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
Popular Categories



