www.samajalive.in
Sunday, December 7, 2025
26.1 C
Bhubaneswar

ବିବିସି ପୁରସ୍କାର ଦୌଡ଼ରେ ଦୂତି

କଟକ: ଓଡ଼ିଆ ଧାବିକା ଅଲିମ୍ପିଆନ ଦୂତି ଚାନ୍ଦ ଆଉ ଏକ ସମ୍ମାନଜନକ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ୨୦୨୧ ବର୍ଷ ପାଇଁ ବିବିସି ଶ୍ରେଷ୍ଠ ମହିଳା ଭାରତୀୟ କ୍ରୀଡ଼ାବିତ୍‌ ପୁରସ୍କାର ଦୌଡ଼ରେ ଦୂତି ସାମିଲ ହୋଇଛନ୍ତି। ଉକ୍ତ ପୁରସ୍କାର ଲାଗି ଦୂତିଙ୍କ ସମେତ ୫ଜଣ ଖେଳାଳି- ଭାରତୀୟ ମହିଳା ହକି ଦଳର ଅଧିନାୟିକ​ା ରାଣୀ ରାମପାଲ, ସୁଟର ମନୁ ଭାକର, ଚେସ୍ ଖେଳାଳି କୋନେରୁ ହମ୍ପି ଓ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଥିବା ମଲ୍ଲଯୋଦ୍ଧା ବିନେଶ ଫୋଗତ ପ୍ରମୁଖଙ୍କ ନାମ ସୁପାରିସ କରାଯାଇଛି। ୪୦ ଜଣିଆ ବିଚାରକ କମିଟି ଖେଳାଳିଙ୍କ ନାମ ସୁପାରିଶ କରିଛନ୍ତି। କ୍ରୀଡ଼ାପ୍ରେମୀ ଜନତାଙ୍କ ଭୋଟରେ ମାର୍ଚ୍ଚ ୮ରେ ବିଜେତାଙ୍କ ନାମ ଘୋଷଣା କରାଯିବ। ଫେବୃଆରୀ ୨୪ ପର୍ଯ୍ୟନ୍ତ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଖେଳାଳିଙ୍କ ସପକ୍ଷରେ ଭୋଟ ଦେଇପାରିବେ। ବିବିସି ଶ୍ରେଷ୍ଠ ମହିଳା ଭାରତୀୟ କ୍ରୀଡ଼ାବିତ୍‌ ପୁରସ୍କାର ଗତବର୍ଷଠାରୁ ପ୍ରଦାନ କରାଯାଉଛି। ଏହି ପୁରସ୍କାର ଦୌଡ଼ରେ ସାମିଲ ହୋଇଥିବାରୁ ଦୂତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇବା ସହିତ ତୁମର ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟର ଜରିଆରେ ଲେଖିଛନ୍ତି- ସମ୍ମାନଜନକ ବିବିସି ଭାରତୀୟ ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍ ପୁରସ୍କାର ଦୌଡ଼ରେ ଓଡ଼ିଶାର ପ୍ରମୁଖ ଧାବିକା ଦୂତି ଚାନ୍ଦ ସାମିଲ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଉଛି। ଏଥିସହ ଏହି ପୁରସ୍କାର ଦୌଡ଼ରେ ଅନ୍ୟ ୪ କ୍ରୀଡ଼ାବିତ୍‌ଙ୍କୁ ମଧ୍ୟ ମୋର ଶୁଭେଚ୍ଛା।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories