www.samajalive.in
Sunday, December 14, 2025
26.1 C
Bhubaneswar

କଟକ-ନିର୍ଗୁଣ୍ଡି ଚତୁର୍ଥ ରେଳ ଲାଇନ ଓ ନିର୍ଗୁଣ୍ଡି ରେଳ ଫ୍ଲାଏଓଭରକୁ ମିଳିଲା ମଞ୍ଜୁରି

ଡେସ୍କ: ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ନିମନ୍ତେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ୮୦୨.୯ କୋଟି ମୂଲ୍ୟରେ ୧୫.୯୯ କିଲୋମିଟର କଟକ-ନିର୍ଗୁଣ୍ଡି ଚତୁର୍ଥ ରେଳ ଲାଇନ ଏବଂ ନିର୍ଗୁଣ୍ଡି ଠାରେ ଏକ ରେଳ ଫ୍ଲାଏଓଭରକୁ ମଞ୍ଜୁରୀ ଦେଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ଲକ୍ଷ୍ୟ ହେଉଛି ହାଓଡା-ଚେନ୍ନାଇ ମୁଖ୍ୟ ଲାଇନ ସେକ୍ସନ ଏବଂ କଟକ-ପାରାଦୀପ ସେକ୍ସନରେ ଟ୍ରେନ ପରିଚାଳନାର କ୍ଷମତା ଏବଂ ଦକ୍ଷତା ବୃଦ୍ଧି କରିବା।

କଟକ-ନିର୍ଗୁଣ୍ଡି ସେକ୍ସନ ହାଓଡ଼ା-ଚେନ୍ନାଇ ହାଇ-ଡେନ୍ସିଟି ନେଟୱାର୍କର ଏକ ପ୍ରମୁଖ ଅଂଶ ହୋଇଥିବା ବେଳେ ପାରାଦ୍ୱୀପ ବନ୍ଦରରୁ କଟକରେ ମୁଖ୍ୟ ଲାଇନକୁ କ୍ରସିଂ କରୁଥିବାରୁ ଏହି କରିଡରରେ ବର୍ତ୍ତମାନ ଅଧିକ ଭିଡ଼ ହେଉଛି। ତାଳଚେର ଯିବା ପାଇଁ କଟକରେ କୌଣସି ସିଧାସଳଖ ଜଙ୍କସନ ବ୍ୟବସ୍ଥା ନଥିବାରୁ, ଅନେକ ଟ୍ରେନ ବିଳମ୍ବର ସମ୍ମୁଖୀନ ହେଉଛି। ଚତୁର୍ଥ ଲାଇନ ଏବଂ ରେଳ ଫ୍ଲାଏଓଭରକୁ ମୁଖ୍ୟ ଲାଇନ ମାର୍ଗଗୁଡ଼ିକରୁ ପାରାଦ୍ୱୀପ ବନ୍ଦର ଯାଉଥିବା ଟ୍ରାଫିକକୁ ଅଲଗା କରି କରିଡରକୁ ଭିଡ଼ କମ କରିବା ପାଇଁ କଟକ ଏବଂ ଢେଙ୍କାନାଳ ମଧ୍ୟରେ ଡିଜାଇନ୍ କରାଯାଇଛି।

- Advertisement -

ଏହି ପ୍ରକଳ୍ପ କଟକ ଏବଂ ଭୁବନେଶ୍ୱର ସେକ୍ସନରୁ ଆସୁଥିବା ଏବଂ ଯାଉଥିବା ମୁଖ୍ୟ ଲାଇନ ସେକ୍ସନରେ ଯାତ୍ରୀ ଏବଂ ମେଲ ଏକ୍ସପ୍ରେସ ଟ୍ରେନଗୁଡ଼ିକର ଅଟକ ହ୍ରାସ କରିବାରେ ସାହାଯ୍ୟ କରିବ।

ଅନ୍ୟପକ୍ଷରେ ବର୍ତ୍ତମାନ ନିର୍ଗୁଣ୍ଡି ଠାରେ ମେଲ ଏକ୍ସପ୍ରେସରେ କ୍ରସିଂ ଯୋଗୁଁ ଟ୍ରେନଗୁଡ଼ିକ କେତେକ ସମୟରେ ପ୍ରତିବନ୍ଧକ ଯୋଗୁଁ ଅଟକ ରଖାଯାଏ। ଏହି ପ୍ରକଳ୍ପ କଟକଣାକୁ କମ କରିବ ଏବଂ ସେକ୍ସନରେ ଟ୍ରେନଗୁଡ଼ିକର ସମୟାନୁବର୍ତ୍ତୀତାକୁ ଉନ୍ନତ କରିବାରେ ଏବଂ ଅଧିକ କୋଚିଂ ଟ୍ରେନଗୁଡ଼ିକୁ ସୁଗମ ଭାବରେ ଚଳାଇବାରେ ସାହାଯ୍ୟ କରିବ। ଏହି ପ୍ରକଳ୍ପ ଦ୍ୱାରା କୋଚିଂ ଏବଂ ମାଲବାହୀ ଟ୍ରେନଗୁଡ଼ିକୁ ଅଲଗା କରିବାରେ ମଧ୍ୟ ସାହାଯ୍ୟ କରିବ ଏବଂ ମୁଖ୍ୟପଥ ବାଇପାସ୍ କରିବା ସମୟରେ ଟ୍ରେନଗୁଡ଼ିକ ବିଳମ୍ବ ହେବ ନାହିଁ।

ଏହି ପ୍ରକଳ୍ପର ଅଂଶ ଭାବରେ ମହାନଦୀ ଏବଂ ବିରୂପାରେ ଦୁଇଟି ନଦୀ ସେତୁ ମଧ୍ୟ ନିର୍ମାଣ କରାଯିବ। ଫ୍ଲାଏଓଭର ସହିତ ଏହି ପ୍ରକଳ୍ପ ଲାଇନଟି କବଚ ସୁରକ୍ଷା ବୈଶିଷ୍ଟ୍ୟ ଏବଂ ୧୩୦ କିଲୋମିଟର ପ୍ରତି ଘଣ୍ଟା ବେଗ ସହିତ ୨ x ୨୫ କିଲୋ ଭୋଲ୍ଟ ବିଦ୍ୟୁତୀକରଣ ସିଷ୍ଟମ ସହିତ ଡିଜାଇନ୍ କରାଯାଇଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories