ଛାତ୍ର ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଦୁଇ ଆହତ

କଟକ: କଟକରେ ଛାତ୍ର ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଛି। କ୍ରମଶଃ ଏହା ଉଗ୍ର ରୂପ ନେଇଛି। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି। ଲୁହା ରଡ୍ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ ଯୋଗୁଁ ଦୁଇ ଜଣ ଆହତ ହୋଇଛନ୍ତି। ଉଭୟଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। କ୍ୟାଣ୍ଟନମେଣ୍ଟ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Comments are closed.