www.samajalive.in
Sunday, December 14, 2025
16.1 C
Bhubaneswar

୪୦୦୦ ବର୍ଗଫୁଟ୍‌ ଜାଗା, ୩୫ ଲକ୍ଷ ଭଡ଼ା.. ଏଠାରେ ଖୋଲୁଛି ଟେସ୍‌ଲାର ପ୍ରଥମ ଶୋ’ରୁମ୍‌

ସମାଜ ଡିଜିଟାଲ ଡେସ୍କ: ବିଶ୍ଵର ସବୁଠୁ ବଡ଼ ଆମେରିକୀୟ ବୈଦ୍ୟୁତିକ କାର୍‌ କମ୍ପାନୀ ଟେସ୍‌ଲା ଭାରତୀୟ ବଜାରରେ କେବେ ଏଣ୍ଟ୍ରି କରିବ ସେନେଇ ଦୀର୍ଘଦିନ ଧରି ଅପେକ୍ଷା ରହିଛି। କିନ୍ତୁ ଏବେ ଖୁବଶୀଘ୍ର ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆମେରିକୀୟ ଇଲେକ୍ଟ୍ରିକ୍‌ କାର କମ୍ପାନୀ ଟେସ୍‌ଲା ଭାରତରେ ଏହାର ଶୋ’ରୁମ୍‌ ପାଇଁ ସ୍ଥାନ ଏବଂ ଜାଗା ଚୂଡ଼ାନ୍ତ କରିଛି।

ମିଳିଥିବା ସୂଚନା ମୁତାବକ, ମୁମ୍ବଇର ବାନ୍ଦ୍ରା କୁର୍ଲା କଂପ୍ଲେକ୍ସ(ବିକେସି)ରେ ଟେସ୍‌ଲା ଏହାର ପ୍ରଥମ ଶୋ’ ରୁମ୍‌ ଖୋଲିବାକୁ ଏକ ଡିଲ୍ ଫାଇନାଲ୍‌ କରିଛି। ଡିଲ୍‌ ଅନୁସାରେ, କମ୍ପାନୀ ବିକେସିରେ ଏକ କମର୍ସିଆଲ ଟାଓ୍ବାରର ତଳ ମହଲାରେ ୪,୦୦୦ ବର୍ଗ ଫୁଟ୍‌ର ଜାଗା ଭଡ଼ାରେ ନେଇଛି। କୁହାଯାଉଛି ଯେ, ଏହାର ମାସିକ ଭଡ଼ା ୯୦୦ ଟଙ୍କା ପ୍ରତି ବର୍ଗ ଫୁଟ୍‌ ରହିଛି। ଅର୍ଥାତ୍‌ ମାସିକ ଭଡ଼ା ପ୍ରାୟ ୩୫ ଲକ୍ଷ ଟଙ୍କା ହେବ।

- Advertisement -

ରିପୋର୍ଟ ଅନୁସାରେ, ଟେସ୍‌ଲା ୫ ବର୍ଷ ପାଇଁ ଏହି ଜାଗା ଭଡ଼ା ସୂତ୍ରରେ ନେଇଛି, ଯେଉଁଠାରେ କମ୍ପାନୀ ନିଜ କାରଗୁଡ଼ିକୁ ବିସ୍ତୃତ ଭାବେ ପ୍ରଦର୍ଶନ କରିବ। ମୁମ୍ବଇ ବ୍ୟତୀତ ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଟେସ୍‌ଲା ଏହାର ଏକ ଶୋ’ରୁମ୍‌ ଖୋଲିବାକୁ ଯୋଜନା କରୁଛି। ଏଥିପାଇଁ କମ୍ପାନୀ ଦିଲ୍ଲୀର ଏରୋସିଟିରେ ଶୋ’ରୁମ୍ ପାଇଁ ଜାଗା ଖୋଜୁଛି।

ସୂଚନାଯୋଗ୍ୟ, କିଛି ସପ୍ତାହ ପୂର୍ବରୁ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଏଲନ ମସ୍କଙ୍କ ସାକ୍ଷାତ ହୋଇଥିଲା। ଏହାପରେ ଟେସ୍‌ଲା ଭାରତରେ ଦିଲ୍ଲୀ, ମୁମ୍ବଇ ଓ ପୁଣେ ଆଦି ସହରରେ ବିଭିନ୍ନ ପଦବୀରେ ନିଯୁକ୍ତି ବାହାର କରିଥିଲା। ଖୁବଶୀଘ୍ର ଭାରତ ସରକାର ବୈଦ୍ୟୁତିକ ଯାନ ନୀତିରେ ପରିବର୍ତ୍ତନ କରିପାରନ୍ତି। ଯଦ୍ଵାରା ବିଦେଶରୁ ଆସୁଥିବା କାର୍‌ଗୁଡ଼ିକ ଉପରେ ସୀମା ଶୁଳ୍କ ହ୍ରାସ କରି ୧୫% କରାଯାଇପାରେ। ଏହାର ସବୁଠୁ ବଡ଼ ଲାଭ ଟେସ୍‌ଲାକୁ ମିଳିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories