www.samajalive.in
Monday, December 15, 2025
26.1 C
Bhubaneswar

ଡିସେମ୍ବରରେ ସରିବ ମା’ କଟକଚଣ୍ଡୀ ମନ୍ଦିର ରୂପାନ୍ତରଣ

ଭୁବନେଶ୍ୱର: ମା’ କଟକଚଣ୍ଡୀଙ୍କ ମନ୍ଦିରର ନୂଆ ରୂପ ଦିଆଯାଉଛି। ପ୍ରାୟ ୨ଏକର ୨୦ ଡେସିମିଲ ଜମିରେ ଚାଲିଥିବା ମା’ଙ୍କ ମନ୍ଦିର ଓ ବେଢ଼ାର ନିର୍ମାଣ କାର୍ଯ୍ୟ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ସରିବ ବୋଲି ଆଶା ରଖାଯାଇଛି। ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ଓ ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମନ୍ଦିର ତୋଳା କାର୍ଯ୍ୟ ଚାଲିଛି।
ମା’ଙ୍କ ମୁଖ୍ୟ ଦେଉଳକୁ ଭାଙ୍ଗି ନୂଆ ଦେଉଳ ଗଢ଼ା ହେଉଛି। ପ୍ରାୟ ୬କୋଟି ଟଙ୍କା ବ୍ୟୟରେ ୪୪ଫୁଟ୍‌ ଉଚ୍ଚର ମା’ଙ୍କ ମନ୍ଦିର, ୩୩ଫୁଟ୍‌ ଉଚ୍ଚର ଜଗମୋହନ ନିର୍ମାଣ କରାଯିବ। ଭୁବନେଶ୍ବରର ପ୍ରସ୍ତର ଶିଳ୍ପୀ ଶଶାଙ୍କ ଶେଖର ନାୟକ ମନ୍ଦିର ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତି। ନୟାଗଡ଼, ଶୁଖୁଆପଡ଼ା, ପୁରୀ ଅଞ୍ଚଳର ୩୦ ପ୍ରସ୍ତର ଶିଳ୍ପୀଙ୍କୁ ନେଇ ମନ୍ଦିର ଗଢ଼ା ଯାଉଛି। ଖୋଣ୍ଡାଲାଇଟ୍‌ ପଥରରେ ମା’ଙ୍କ ମନ୍ଦିର ନିର୍ମାଣ ହେଉଛି। ଆସନ୍ତା ସେପ୍ଟେମ୍ବର ୧୦ ସୁଦ୍ଧା ମା’ଙ୍କ ଦେଉଳ ୧୦ଫୁଟ୍‌ ଉଚ୍ଚ ପର୍ଯ୍ୟନ୍ତ ଗଢ଼ା ସାରିବା ପାଇଁ ଯୋଜନା ରହିଛି। ଦୁର୍ଗାପୂଜା ପାଇଁ ମାସେ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ପରେ ପୁଣି ଥରେ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିବ ବୋଲି ଶ୍ରୀ ନାୟକ କହିଛନ୍ତି।
୪୦କୋଟି ବ୍ୟୟରେ ଡାଇଭର୍ସିଫାଏଡ ସଂସ୍ଥା ମନ୍ଦିର ବେଢ଼ାର ସୌନ୍ଦର୍ଯ୍ୟକରଣ, ୪ଦିଗରେ ୪ଟି ପ୍ରବେଶପଥ ନିର୍ମାଣ, ମନ୍ଦିର ବେଢ଼ାରେ ୫ଟି ଦୋକାନ ଘରକୁ ନେଇ ମାର୍କେଟ କମ୍ପ୍ଲେକ୍ସ, ପୁଲିସ ଫାଣ୍ଡି, ବିବାହ ମଣ୍ଡପ, ମୁଣ୍ଡନ ମଣ୍ଡପ, ପୂଜକ ବ୍ଳକ, ଶିବ, ହନୁମାନ, ଲକ୍ଷ୍ମୀନାରାୟଣ, ସୂର୍ଯ୍ୟ ମନ୍ଦିର ଓ ରୋଷଶାଳା ଓ ମନ୍ଦିର ବେଢ଼ା ବାହାରେ ତିନିମହଲା ବିଶିଷ୍ଟ କୋଠାରେ ୧୮ଟି ଦୋକାନ ଘରକୁ ନେଇ ମାର୍କେଟ କମ୍ପ୍ଲେକ୍ସ, ଅଫିସ କାର୍ଯ୍ୟାଳୟ ଓ ଏକକାଳୀନ୫୦ ଯାତ୍ରୀ ରହିବା ପାଇଁ ଯାତ୍ରୀ ନିବାସ କାର୍ଯ୍ୟ ହାତକୁ ନିଆଯାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories