www.samajalive.in
Monday, December 15, 2025
27.1 C
Bhubaneswar

ଦ୍ୱୈତନଗରୀରୁ ଖାଲି କରାଯିବ ସରକାରୀ କ୍ୱାର୍ଟର୍ସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକରେ ସରକାରୀ କ୍ୱାର୍ଟର୍ସ ଖଣ୍ଡିଏ କିଭଳି ପାଇହେବ ସେନେଇ ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ମଧ୍ୟରେ ବହୁ ଆଶା ରହିଥାଏ। ହେଲେ ସେଥିମଧ୍ୟରୁ କେତେକଙ୍କ ଚାକିରି କାଳ ମଧ୍ୟରେ ପୂରଣ ହୁଏ ତ ଆଉ କିଛି ସ୍ୱପ୍ନରେ ରହିଯାଏ। ଏଥିପାଇଁ ଦାୟୀ କେବଳ ସରକାରଙ୍କ କୋହଳ ମନୋଭାବ। ଯେଉଁଥିପାଇଁ ଅବସର ଗ୍ରହଣ ତଥା କାର୍ଯ୍ୟକାଳ ଶେଷ ପରେ ମଧ୍ୟ ସରକାରଙ୍କ ଶତାଧିକ କର୍ମଚାରୀ, ଅଧିକାରୀ ଓ ରାଜନେତା କ୍ୱାର୍ଟର୍ସକୁ ଜାବୋଡ଼ି ଧରିଛନ୍ତି। ଏହାକୁ ନେଇ ବିଧାନସଭାଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ହଙ୍ଗାମା ସୃଷ୍ଟି ହୋଇଛି। ହେଲେ ଯଥା ପୂର୍ବଂ ତଥା ପର ନୀତିରେ ସବୁ କଥା କିଛିଦିନ ପରେ ଯେମିତିକୁ ସେମିତି ରହିଯାଏ। ବିଳମ୍ବ ହେଲେ ମଧ୍ୟ ସରକାର ଚେତିଛନ୍ତି। ଦୀର୍ଘଦିନ ଧରି ଯେଉଁ ଅବସରକାଳୀନ କର୍ମଚାରୀ କିମ୍ବା ମୃତକଙ୍କ ପରିବାର ସରକାରୀ କ୍ୱାର୍ଟର୍ସ ଅକ୍ତିଆର କରିଛନ୍ତି, ସେମାନଙ୍କୁ ଏବେ ବିତାଡ଼ିତ କରିବାପାଇଁ ସାଧାରଣ ପ୍ରଶାସନ ବିଭାଗ ‘ଆକ୍ସନ ମୁଡ୍‍’କୁ ଓହ୍ଲାଇଛି। ମୃତ୍ୟୁ କିମ୍ବା ଅବସର ପରେ କର୍ମଚାରୀ ଓ ତାଙ୍କ ପରିବାର ଅତିବେଶିରେ ୪ମାସ ପର୍ଯ୍ୟନ୍ତ କ୍ୱାର୍ଟର୍ସ ରଖିପାରିବେ। ଏହାଠାରୁ ଗୋଟିଏ ଦିନ ବି ଅଧିକ ରଖିବା ବେଆଇନ ବୋଲି ସାଧାରଣ ପ୍ରଶାସନ ବିଭାଗ ଏବେ ରୋକ୍‍ଠୋକ୍‍ ଶୁଣାଇଛି।
ଏହି ମର୍ମରେ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ସବୁ ବିଭାଗ ମୁଖ୍ୟ ଏବଂ ମୁଖ୍ୟଦପ୍ତର ଅଧିକାରୀଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଶ୍ରୀ ଚୋପ୍ରା ଦର୍ଶାଇଛନ୍ତି ଯେ ଏନେଇ ପୂର୍ବରୁ ବିଭାଗ ପକ୍ଷରୁ ଅନେକ ଥର ପତ୍ରାଳାପ ହୋଇଥିିଲେ ମଧ୍ୟ ତାହା ବାସ୍ତବରେ କାର୍ଯ୍ୟକାରୀ ହେଉନାହିଁ। ଏହବାଦ୍‍ ୨୦୧୬ ଫେବୃଆରୀ ଏବଂ ୨୦୧୯ ଜାନୁଆରୀରେ ମଧ୍ୟ ରିମାଇଣ୍ଡର ଦିଆଯାଇଥିଲା। ହେଲେ କେତେକସ୍ଥଳରେ ପୁରୁଣା ନିୟମକୁ ଧରି ଅବସରକାଳୀନ କର୍ମଚାରୀ ଓ ମୃତକଙ୍କ ପରିବାର ରାଜଧାନୀରେ କ୍ୱାର୍ଟର୍ସ ଛାଡୁ ନାହାନ୍ତି। ପୂର୍ବରୁ ନିୟମ ରହିଥିଲା ଯେ ଅବସରପ୍ରାପ୍ତ କର୍ମଚାରୀ ଯଦି ଅବସରବେଳେ ତାଙ୍କ ଗ୍ରାଚୁଇଟିର ୫୦ ପ୍ରତିଶତ ଅର୍ଥ ସରକାରଙ୍କଠାରେ ଜମା ରଖିବେ ତେବେ ସେ କ୍ୱାର୍ଟର୍ସ ରଖିପାରିବେ। ହେଲେ ଏବେ ସେ ନିୟମ ଆଉ ନାହିଁ। ଏଣିକି ଅବସରକାଳୀନ କର୍ମଚାରୀ କିମ୍ବା ମୃତକଙ୍କ ପରିବାରକୁ ଅତିବେଶିରେ ୪ମାସ ପାଇଁ କ୍ୱାର୍ଟର୍ସରେ ରହିବାକୁ ଅନୁମତି ଦିଆଯିବ। ସାଧାରଣ ପ୍ରଶାସନ ବିଭାଗର ଏହି ଚିଠିକୁ ନେଇ ଏବେ ବିଭିନ୍ନ ମହଲରେ ଖୁବ୍‍ ଚର୍ଚ୍ଚା ଧରିଛି।

ସୂଚନାଯୋଗ୍ୟ ଯେ ଗତ ବିଧାନସଭା ଅଧିବେଶନ କାଳରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସରକାରୀ କ୍ୱାର୍ଟର୍ସ ନେଇ ବିଧାନସଭା ହୁଲସ୍ତୁଲ କରିଥିଲେ। ଏହାକୁ ନେଇ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଅନୁରୂପ ଭାବେ ସାଧାରଣ ପ୍ରଶାସନ ବିଭାଗ ତୁରନ୍ତ ପୂର୍ବତନ ବିଧାୟକ ଓ ମନ୍ତ୍ରୀଙ୍କୁ ସରକାରୀ କ୍ୱାର୍ଟର୍ସ ଛାଡ଼ିବାକୁ ନିର୍ଦେଶ ଦେଇଥିଲେ। ହେଲେ ସେସବୁ ନିର୍ଦେଶ ଏପର୍ଯ୍ୟନ୍ତ କାଗଜକଲମରେ ରହିଛି।
ସେହିପରି ସରକାରଙ୍କ ପକ୍ଷରୁ ଶତାଧିକ ଅବସରପ୍ରାପ୍ତ ପ୍ରଶାସକଙ୍କୁ ପୁନର୍ବାର ବିଭିନ୍ନ ପଦରେ ଥଇଥାନ କରାଯାଇଛି। ସେମାନେ ମଧ୍ୟ ତାଙ୍କ କ୍ୟାଡରଠାରୁ ଭଲ ସରକାରୀ କ୍ୱାର୍ଟର୍ସ ଦୀର୍ଘବର୍ଷ ଧରି ହାତରେ ରଖିଛନ୍ତି। ଏକ୍ଷେତ୍ରରେ ସାଧାରଣ ପ୍ରଶାସନ ବିଭାଗ କିପ୍ରକାର ପଦକ୍ଷେପ ନେଉଛି ସେନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories