କଟକ : ବାରବାଟୀ ଷ୍ଟାଡିୟମୟର ଉନ୍ନତି ତଥା ଡ଼ିସେମ୍ବର ୨୨ରେ ହେବାକୁଥିବା ଏକଦିବସୀୟ ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ୧୦ କୋଟି ଟଙ୍କାର ଅନୁଦାନ ଦେଇଥିବା ଜଣାପଡ଼ିଛି। ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର ସମ୍ପାଦକ ସଞ୍ଜୟ ବେହେରା ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ‘ବିସିସିଆଇ’ ପକ୍ଷରୁ ଦିଆଯାଇଥିବା ଏହି ଅର୍ଥରେ ଷ୍ଟାଡିୟମ ମରାମତି କାମ ଓ ମ୍ୟାଚ୍ ପାଇଁ ପ୍ରସ୍ତୁତି ସଂପର୍କିତ ଖର୍ଚ୍ଚ କରାଯିବ।
ସୂଚନାଯୋଗ୍ୟ, ଆସନ୍ତା ମାସ ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକଦିବସୀୟ ମ୍ୟାଚ୍ ଖେଳାଯିବ।
ବାରବାଟୀ ଏକଦିବସୀୟ ମ୍ୟାଚ ପାଇଁ ବିସିସିଆଇ ଦେଲା ୧୦ କୋଟି
Popular Categories



