www.samajalive.in
Monday, December 15, 2025
17.1 C
Bhubaneswar

ଦିଲ୍ଲୀ ପରାସ୍ତ ; କନ୍‌ୱେ, ବୋଲର ସିଏସ୍‌କେକୁ ଜିତାଇଲେ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ୧୧ଶ ମ୍ୟାଚ୍‌ରେ ୪ର୍ଥ ବିଜୟ ପରେ ପ୍ଲେଅଫ୍‌ ଖେଳିବାର କ୍ଷୀଣ ଆଶା ବଜାୟ ରଖିଛି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)। ଦିଲ୍ଲୀ କ୍ୟାପିଟାଲ୍‌ସକୁ ରବିବାର ସହଜରେ ୯୧ ରନ୍‌ରେ ସିଏସ୍‌କେ ପରାସ୍ତ କରିଛି। ଡେଭନ୍‌ କନ୍‌ୱେଙ୍କ ୮୭ ଏବଂ ଋତୁରାଜ ଗାଏକ୍‌ୱାଡ ଓ ଶିବମ୍ ଦୁବେଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ସିଏସ୍‌କେ ୬ ୱିକେଟରେ ୨୦୮ ରନ୍‌ କରିଥିଲା। ପରେ ସାମୂହିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଦିଲ୍ଲୀ ୧୭.୪ ଓଭରରେ ୧୧୭ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ୧୧ଶ ମ୍ୟାଚ୍‌ରେ ଦିଲ୍ଲୀ ୬ଷ୍ଠ ପରାଜୟ ଭୋଗିଛି।
ଦିଲ୍ଲୀ କ୍ୟାପିଟାଲ୍‌ସ ୨୦୯ ରନ୍‌ ଲକ୍ଷ୍ୟରେ ସହଳ ଦୁଇ ଓପ୍‌ନରଙ୍କୁ ହରାଇଥିଲା। ଶ୍ରୀକର ଭାରତ ୮ ଏବଂ ଡେଭିଡ୍‌ ୱାର୍ଣ୍ଣର ୧୨ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୧୯ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ମିଚେଲ ମାର୍ଶ ଓ ଅଧିନାୟକ ଋଷଭ ପନ୍ତ୍ ୧୯ ବଲ୍‌ରୁ ଦ୍ରୁତ ୩୬ ରନ୍‌ ଯୋଡ଼ିଥିଲେ। ମାର୍ଶ ୨୦ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୫ ରନ୍‌ କରିଥିଲେ। ଋଷଭ ପନ୍ତ୍ ଆଉଟ୍‌ ହେବା ସହ ଦିଲ୍ଲୀର ବିଜୟ ଆଶା ମଉଳି ଯାଇଥିଲା। ଋଷଭ ୧୧ ବଲ୍‌ରୁ ୪ଟି ଚୌକା ସହ ୨୧ ରନ୍‌ କରିଥିଲେ। ୪୫ ରନ୍‌ରେ ଦିଲ୍ଲୀ ଶେଷ ୮ ୱିକେଟ ହରାଇଥିଲା। ରୋଭ୍‌ମ୍ୟାନ ପୱେଲ ୩, ଅକ୍ଷର ପଟେଲ ୬ ଓ ରିପଲ ପଟେଲ ୬ ରନ୍‌କରି ଆଉଟ୍‌ ହୋଇଥିଲେ। ସାର୍ଦୁଳ ଠାକୁର ୧୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୪ ରନ୍‌ କରିଥିଲେ। ମୋଇନ୍ ଅଲୀ ୩ଟି ଏବଂ ଡ୍ବେନ୍ ବ୍ରାଭୋ, ମୁକେଶ ଚୌଧୁରୀ ଓ ସିମରଜିତ ସିଂହ ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ଫିଲ୍‌ଡିଂ ନେବା ପରେ ଡେଭନ୍ କନ୍‌ୱେ ଓ ଋତୁରାଜ ଗାଏକ୍‌ୱାଡ୍‌ଙ୍କ ବ୍ୟାଟ୍‌ ଗର୍ଜିଥିଲା। ବିଶେଷକରି ନ୍ୟୁଜିଲାଣ୍ଡର ବାମହାତି କନ୍‌ୱେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁହେଁ ୧୧ ଓଭରରେ ୧୧୦ ରନ୍‌ ଓପ୍‌ନିଂ ଭାଗିଦାରୀ କରିବାରୁ ସିଏସ୍‌କେ ୨ ଶହରୁ ଅଧିକ ରନ୍‌ କରି ପାରିଥିଲା। ଋତୁରାଜ ୩୩ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୧ ରନ୍‌ କରିଥିଲେ। ଶିବମ୍ ଦୁବେ ଆସି ବିଧ୍ବଂସୀ ବ୍ୟାଟିଂକରି କନ୍‌ୱେଙ୍କ ସହ ୩୩ ବଲ୍‌ରୁ ୫୯ ରନ୍‌ ଯୋଡ଼ିଥିଲେ। ୧୭ଶ ଓଭରରେ ଆଉଟ୍‌ ହୋଇଥିବା ଡେଭନ୍ କନ୍‌ୱେ ୪୯ ବଲ୍‌ରୁ ୫ଟି ଛକା ଓ ୭ଟି ଚୌକା ସହ ୮୭ ରନ୍‌ କରିଥିଲେ। ଚଳିତ ଆଇପିଏଲ୍‌ରେ ଏହା କନ୍‌ୱେଙ୍କ କ୍ରମାଗତ ୩ୟ ଅର୍ଦ୍ଧଶତକ। ଶେଷଆଡ଼କୁ ବିସ୍ଫୋରକ ଢଙ୍ଗରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଇନିଂସ ସମାପ୍ତି କରିଥିଲେ। ଧୋନି ୮ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୧ ରନ୍‌କରି ଅପରାଜିତ ଥିଲେ। ଆନ୍‌ରିଚ୍ ନୋର୍ଖିଆ ୩ଟି ଓ ଖଲିଲ ଅହମ୍ମଦ ୨ଟି ୱିକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories