www.samajalive.in
Friday, December 12, 2025
14.1 C
Bhubaneswar

ଚେନ୍ନଇ ସୁପରକିଙ୍ଗ୍ସ ଓ ସନରାଇଜର୍ସ ହାଇଦରାବାଦ୍ ମୁହାଁମୁହିଁ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଚଳିତ ସଂସ୍କରଣର ବୁଧବାର ୨୩ତମ ଲିଗ୍ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍ସ ଓ ସନରାଇଜର୍ସ ହାଇଦରାବାଦ୍ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡ଼ିୟମରେ ମୁହାଁମୁହିଁ ହେବେ। କ୍ରମାଗତ ୪ଟି ମ୍ୟାଚରେ ବିଜୟ ହାସଲ କରି ଗ୍ରୁପର ଶୀର୍ଷ ସ୍ଥାନରେ ରହିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନଇ ସୁପରକିଙ୍ଗ୍ସ ପଞ୍ଚମ ବିଜୟ ହାସଲ କରିବା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଗ୍ରୁପର ସର୍ବନିମ୍ନ ସ୍ଥାନରେ ରହିଥିବା ଡେଭିଡ୍ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦରାବାଦ୍ ସିଏସ୍କେକୁ ପରାସ୍ତ କରି ଧାରାକୁ ଫେରିବା ନେଇ ଉଦ୍ୟମ କରିବ।

ଚେନ୍ନଇ ସୁପରକିଙ୍ଗ୍ସ ପ୍ରଥମ ମ୍ୟାଚରେ ପରାଜୟ ପରେ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଦଳ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ପାଇ ଗ୍ରୁପର ଶୀର୍ଷ ସ୍ଥାନରେ ରହିଛି। ଶେଷ ଲିଗ୍ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି ବିଜୟ ରଥ ରୋକିବାରେ ସକ୍ଷମ ହୋଇଛି। ଓପନର ଫ୍ଲାଫ ଡୁପ୍ଲେସି ଓ ଋତୁରାଜ ଗାଏକ୍ବାର୍ଡଙ୍କ ସମେତ ମୋଇନ୍ ଅଲ୍ଲୀ ଓ ରବୀନ୍ଦ୍ର ଜାଡେଜା ପ୍ରମୁଖ ଭଲ ଫର୍ମରେ ରହିଛନ୍ତି। ଶେଷ ମ୍ୟାଚରେ ଜାଡେଜାଙ୍କ ଅଲ୍ରାଉଣ୍ଡର ପ୍ରଦର୍ଶନ ଦଳକୁ ବିଜୟ କରାଇବାରେ ସକ୍ଷମ ହୋଇଥିଲା। ସେହିପରି ବୋଲିଂରେ ଦୀପକ ଚହର, ସାର୍ଦୁଳ ଠାକୁର, ନିୟମିତ ଭାବେ ଭଲ ବୋଲିଂ କରୁଥିବାବେଳେ ଇମ୍ରାନ ତାହିର, ଡାରେନ ବ୍ରାଭୋ ଓ ଲୁଙ୍ଗି ଏନ୍ଗିଡି ଉପଯୋଗୀ ସାବ୍ୟସ୍ତ ହେଉଛନ୍ତି। କ୍ରମାଗତ ୪ଟି ମ୍ୟାଚରେ ବିଜୟୀ ହୋଇଥିବା ଧୋନି ବାହିନୀ ସନରାଇଜର୍ସକୁ ପରାସ୍ତ କରି ବିଜୟ ଧାରାକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବ। ସେହିପରି ଡେଭିଡ୍ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ସନରାଇଜର୍ସ ହାଇଦରାବାଦର ଦୁର୍ଭାଗ୍ୟ ପିଛା ଛାଡୁନାହିଁ। ଦଳ କ୍ରମାଗତ ୩ଟି ମ୍ୟାଚରେ ପରାଜୟ ପରେ ପଞ୍ଚମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୯ ୱିକେଟରେ ପରାସ୍ତ କରି ପ୍ରତ୍ୟାବର୍ତ୍ତନ କରିଥିଲା।

- Advertisement -

ଉଭୟ ଦଳ ପରସ୍ପର ୧୫ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଚେନ୍ନଇ ସୁପରକିଙ୍ଗ୍ସ ୧୧ଟି ଓ ସନରାଇଜର୍ସ ୪ଟି ମ୍ୟାଚରେ ବିଜୟୀ ହୋଇଛନ୍ତି। ଶେଷ ୫ ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ସନରାଇଜର୍ସ ୨ଟି ଓ ଚେନ୍ନଇ ସୁପରକିଙ୍ଗ୍ସ ୩ଟି ମ୍ୟାଚରେ ବିଜୟୀ ହୋଇଛି। ବର୍ତ୍ତମାନର ପ୍ରଦର୍ଶନକୁ ଦେଖିଲେ ଚେନ୍ନଇ ସୁପରକିଙ୍ଗ୍ସକୁ ରୋକିବା ନେଇ ସନରାଇଜର୍ସ ହାଇଦରାବାଦ୍ ପାଇଁ ଆହ୍ବାନକର ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories