www.samajalive.in
Friday, December 12, 2025
14.1 C
Bhubaneswar

ବର୍ଷକରେ ଉଦ୍ଧାର ହେଲେଣି ୧୫୬ ଶିଶୁ

ଭୁବନେଶ୍ୱର: ପେଟ ପୋଷିବା ପାଇଁ ରାସ୍ତାରେ ଶିଶୁ। ଯେଉଁ ବୟସରେ ପଢ଼ିବା କଥା ସେହି ବୟସରେ ସେ କାମ କରିବାକୁ ବାହାରୁଛି। ପରିବାର ଏବଂ ନିଜ ପେଟକୁ ଦାନା ଦେବା ପାଇଁ ଶିଶୁ ଶେଷରେ ନିଜେ ରୋଜଗାର କରିବାକୁ ବାଧ୍ୟ ହେଉଛି। ଏନେଇ ରୁଚିକା ଚାଇଲ୍ଡ ଲାଇନକୁ ବିଭିନ୍ନ ଆଡୁ ଖବର ଆସିଥିଲା। ୨୦୨୦ ମାର୍ଚ୍ଚ ରୁ ୨୦୨୧ ମାର୍ଚ୍ଚ ଭିତରେ ମୋଟ ୨୫୨ଟି ଅଭିଯୋଗ ଲାଇଲ୍ଡ ଲାଇନକୁ ଆସିଥିଲା। ସଂସ୍ଥାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୧୫୬ ପିଲାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ସେଥିମଧ୍ୟରୁ ୧୪୨ଜଣ ଶିଶୁ ଚାଲାଣ, ନିର୍ଯାତିତ ଶିଶୁ ଥିବାବେଳେ ୧୪ ଜଣ ଶିଶୁ ଶ୍ରମିକ ଭାବେ କାମ କରୁଥିବା ଜଣାପଡ଼ିଛି। ସମସ୍ତ ଶିଶୁଙ୍କ ମଧ୍ୟରୁ ୬୦ ପ୍ରତିଶତ ପୁଅ ଥିବାବେଳେ ୪୦ ପ୍ରତିଶତ ଝିଅ ଥିବା ଜଣାପଡ଼ିଛି।

କରୋନାର ପ୍ରଥମ ଲହରରେ ଦୁଇ ମାସ ଧରି ତାଲାବନ୍ଦରେ ଲୋକେ ଘରେ ରହିଥିଲେ। କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ଲୋକଙ୍କ ଆର୍ଥିକ ପରିସ୍ଥିତି ଦୋହଲି ଯାଇଥିଲା। ଫଳରେ ଶିଶୁମାନେ ପରିବାର ଓ ନିଜ ଲୋକଙ୍କୁ ସହଯୋଗ କରିବା ପାଇଁ ରୋଜଗାର କରିବାକୁ ବିଭିନ୍ନ ଜାଗାକୁ ଚାଲିଯାଉଛନ୍ତି। ପିତାମାତାଙ୍କଠାରୁ ପିଲାଙ୍କୁ ଆଣି ଦଲାଲମାନେ ବିଭିନ୍ନ କାମରେ ନିୟୋଜିତ କରୁଛନ୍ତି। ପୁଅପିଲାଙ୍କୁ ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ସମେତ ଚୋରି ଏବଂ ଧଳାହଜର ବିକ୍ରି ଭଳି କାର୍ଯ୍ୟରେ ଲଗାଉଛନ୍ତି। ଦିନକୁ ୧୨ରୁ୧୪ ଘଣ୍ଟା କାମ କରାଇବା ସହିତ ମାସକୁ ୧୦୦୦ଟଙ୍କା ଦେଉଛନ୍ତି। ଏନେଇ ବିଭିନ୍ନ ଜିଲାରୁ ଅଭିଯୋଗ ଆସିବାରୁ ରୁଚିକା ଚାଇଲ୍ଡ ଲାଇନର କର୍ମଚାରୀ କିଛି ଶିଶୁଙ୍କୁ ଉଦ୍ଧାର କରିଛନ୍ତି। ଏଥିସହ କିଛି ପିଲାଙ୍କୁ ଅଭିଭାବକଙ୍କୁ ଦେଇଥିବା ବେଳେ ଆଉ କେତେକଙ୍କୁ ସୁଧାରଗୃହରେ ରଖିଛନ୍ତି।

- Advertisement -

ବିଶେଷ କରି ରାଜ୍ୟରେ ଅଧିକସଂଖ୍ୟାରେ ଶିଶୁ ନିଖୋଜ ହେଉଛନ୍ତି। ଯାଜପୁର, ବାଲେଶ୍ବର, ଗଞ୍ଜାମ ଜିଲା ସମେତ ବହୁ ଦୂରଦୂରାନ୍ତରୁ ପିଲାମାନେ କାମ ପାଇଁ ପଳାଇ ଆସୁଛନ୍ତି। ସେମାନେ ଏଠାରେ ପର ଘରେ କିମ୍ବା ଇଟାଭାଟି ଭଳି ଜାଗାରେ କାମ କରୁଥିବା ଜଣାପଡ଼ିଛି। ମହାମାରୀ ସମୟରେ ମଧ୍ୟ ଚାଇଲ୍ଡ ଲାଇନ ୧୪ ଜଣଙ୍କୁ ଶିଶୁ ଶ୍ରମିକଭାବେ କାମ କରୁଥିବା ବେଳେ ଉଦ୍ଧାର କରିଛି। ସେହିପରି ଅଧିକାଂଶ ନାବାଳିକା ପ୍ରେମ ବ୍ୟାପାରକୁ ନେଇ ଘରୁ ରାଗି ପଳାଇ ଆସୁଥିବା ଜଣାପଡ଼ିଛି। ଏହି ନାବାଳିକାଙ୍କୁ ଅନୈତିକ କାର୍ଯ୍ୟରେ ଲଗାଯାଉଛି। ସରକାରଙ୍କ ପକ୍ଷରୁ ବିଭିନ୍ନପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଥିଲେ ସୁଦ୍ଧା କୌଣସି ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ଏନେଇ ରୁଚିକା ଚାଇଲ୍ଡ ଲାଇନର ନିର୍ଦେଶକ ବେଣୁଧର ସେନାପତି କହିଛନ୍ତି, ଯେତିକି ଶିଶୁ ନିଖୋଜ ହୁଅନ୍ତି, ତା’ଠାରୁ ଯଥେଷ୍ଟ କମ୍ ମାମଲା ଥାନାରେ ରୁଜୁ ହେଉଛି। ନାବାଳିକାଙ୍କୁ ବିଭିନ୍ନ ଅନୈତିକ କାର୍ଯ୍ୟରେ ନିଯୁକ୍ତ କରାଯାଉଛି। ଶିଶୁ ଚାଲାଣ ରୋକିବା ପାଇଁ ସ୍ବତନ୍ତ୍ର ଆଇନ କରିବାର ଆବଶ୍ୟକତା ରହିଛି। ଯେଉଁମାନେ ଶିଶୁ ସୁରକ୍ଷା ବିଭାଗରେ କାର୍ଯ୍ୟ କରୁଛନ୍ତି ସମସ୍ତଙ୍କୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories