bjd gruha runa

ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ରୋଗୀ ହରାଇଲା ହାତ

BJD Bijuli 480×75 Mob
0

ଓସଲୋ: ନରୱେର ଏକ କୃଜ ଜାହାଜର କାର୍ଯ୍ୟରତ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ଜନୈକ କର୍ମଚାରୀଙ୍କ ହାତ କାଟିବାକୁ ପଡ଼ିଛି। ଅବଶ୍ୟ ପରେ ଏହି କର୍ମଚାରୀଙ୍କୁ ୩.୩ ମିଲିୟନ ଡଲାର କ୍ଷତିପୂରଣ ବାବଦକୁ କୃଜ ଜାହାଜ କମ୍ପାନୀ କର୍ତ୍ତୁପକ୍ଷ ପ୍ରଦାନ କରିଛନ୍ତି। ଇଲେଜା ଲୋଞ୍ଚାର(୩୦) ନାମକ ସାଇବେରିଆ ନାଗରିକ ଜଣକ ନରୱେର କୃଜ ଜାହାଜରେ ୱେଟର ଭାବେ କାର୍ଯ୍ୟରତ ଥିଲେ। ଜାହାଜଟି ସମୁଦ୍ର ମଧ୍ୟରେ ଭାସମାନ ଥିବାବେଳେ ଲୋଞ୍ଚାରଙ୍କୁ ବାନ୍ତି ହେବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ଫଳରେ ତାଙ୍କୁ ଜାହାଜରେ କାର୍ଯ୍ୟରତ ଡାକ୍ତରଙ୍କ ନିକଟକୁ ଚିକିତ୍ସା ନିମନ୍ତେ ଯିବାକୁ ପଡ଼ିଥିଲା। ଜାହାଜରେ କୋଲୋମ୍ବିଆରୁ ତାଲିମପ୍ରାପ୍ତ ସାଇବେରିଆ ନାଗରିକ କମ୍ପୁଜାନୋ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ। ଡା. କମ୍ପୁଜାନୋ ଚିକିତ୍ସା କରି ଆଣ୍ଟି-ହିଷ୍ଟାମିନ ଇନଜେକସନ ପ୍ରଦାନ କରିଥିଲେ। ତେବେ ଏହି ଔଷଧ ଯେଉଁ ମାତ୍ରାରେ ଦେବା କଥା ଡାକ୍ତର ଜଣକ ଭୁଲବସତଃ ଅଧିକ ମାତ୍ରାରେ ପ୍ରଦାନ କରିବାରୁ ଲୋଞ୍ଚାରଙ୍କ ଡାହାଣ ହାତ ନୀଳ ପଡ଼ି ଯାଇଥିଲା। ଇନଜେକସନଟି ଲୋଞ୍ଚାରଙ୍କ ଡାହାଣ ହାତରେ ଦିଆଯାଇ ଥିବାରୁ ଏଭଳି ପରିସ୍ଥିତି ହୋଇଥିଲା।
ପରେ ଲୋଞ୍ଚାର ଅଧିକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହେଲିକପ୍ଟରରେ ପ୍ଲୋରିଡ଼ା ନିଆଯାଇ ଥିଲା ସେଠାରେ ଲୋଞ୍ଚାରଙ୍କ ଡାହାଣ ହାତକୁ କାଟି ଶରୀରରୁ ଅଲଗା କରିବାକୁ ବାଧ୍ୟ ହୋଇଥିଲେ ଚିକିତ୍ସାରତ ଡାକ୍ତର। ଲୋଞ୍ଚାରଙ୍କୁ ଦିଆଯାଇ ଥିବା ଔଷଧ ରୋଗୀଙ୍କ ଅଣ୍ଟା ତଳେ ଦେବାର ନିୟମ ରହିଥିବାବେଳେ ଏହା ତାଙ୍କ ଡାହାଣ ହାତରେ ଦେବା ଡାକ୍ତରଙ୍କ ଭୁଲ ଥିଲା ବୋଲି ଚିକିତ୍ସାରତ ଡାକ୍ତର ପ୍ରକାଶ କରିବା ସହ ଔଷଧର ପରିମାଣ ଅଧିକ ଥିଲା। ଏପରିକି ଏହି ରୋଗ ପାଇଁ ଉକ୍ତ ଔଷଧ ଦେବାର କୌଣସି ଆବଶ୍ୟକତା ନଥିଲା ବୋଲି ଫ୍ଲୋରିଡ଼ା କୋର୍ଟରେ ପ୍ରମାଣିତ ହେବା ପରେ ଲୋଞ୍ଚାରଙ୍କୁ ୩.୩ମିଲିୟନ ଡଲାର କ୍ଷତିପୂଣ ଦେବାକୁ କୋର୍ଟ ନିର୍ଦେଶ ଦେଇଛି।

Leave A Reply