www.samajalive.in
Saturday, December 6, 2025
26.1 C
Bhubaneswar

ତାଲିବାନୀ ଆତଙ୍କବାଦୀ ଆକ୍ରମଣରେ ୧୦ ସୁରକ୍ଷାକର୍ମୀ ସହିଦ୍

ନୂଆଦିଲ୍ଲୀ: ସୋମବାର ତାଲିବନୀ ଆତଙ୍କବାଦୀ ଆଫଗାନିସ୍ତାନର ପୁଲିସ ଓ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି । ଏଥିରେ ୧୦ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ବାଦଗୀସ ରାଜ୍ୟର ରାଜଧାନୀ କଳା-ଏ-ନୌ ନିକଟରେ ହୋଇଥିବା ଆକ୍ରମଣରେ ପୁଲିସ କମାଣ୍ଡର ଅବ୍ଦୁଲ ହକିମଙ୍କ ସମେତ ୫ ଜଣ ଅଧିକାରୀ ପ୍ରାଣ ହରାଇଛନ୍ତି ।

ବାଦଗୀସ ରାଜ୍ୟପାଳ ପ୍ରବକ୍ତା ଜମଶୀଦ ଶହାବିଙ୍କ ସୂଚନା ଅନୁଯାୟୀ, ତାଲିବନ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଉଭୟ ପଟରୁ ଗୁଳିବର୍ଷଣ ହୋଇଥିଲା। ଏଥିରେ ପ୍ରାୟ ୨୨ ଜଣ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୬ ଆହତ ହୋଇଥିବା ଜଣାପଡିଛି ।

- Advertisement -

ବଗଲାନର ମୁଖ୍ୟ ପୁଲିସ ଏକରାମୁଦ୍ଦିନ ସରୀହ ସୂଚନା ଦେଇଛନ୍ତି ଯେ, ଆର୍ମି କ୍ୟାମ୍ପ ଓ ପୁଲିସ ବ୍ୟାରେକ୍ ହୋଇଥିବା ତାଲିବନ ଆକ୍ରମଣରେ ୩ ଜଣ ସେନା ଅଧିକାରୀ ଓ ଦୁଇ ଜଣ ପୁଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୪ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସୁରକ୍ଷା ବଳୟକୁ ଭଙ୍ଗ କରି ଗୁଳି ବାରୁଦ ଲୁଟି ନେବା ପାଇଁ ତାଲିବନୀ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଗୁଳି ବିନିମୟ ପରେ ଦୁଇ ଜଣ ପୁଲିସ ଅଧିକାରୀ ନିଖୋଜ ଥିବା ସୂଚନା ମିଳିଛି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories