www.samajalive.in
Monday, December 15, 2025
27.1 C
Bhubaneswar

ତ୍ରିଲୋଚନପୁରଠାରେ ସିଆରପିଏଫ ଜନସମ୍ପର୍କ କାର୍ଯ୍ୟକ୍ରମ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁରଠାରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସିଆରପିଏଫ ୪ର୍ଥ ବାହିନୀ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ଦ୍ଵାରା ଜନସମ୍ପର୍କ କାର୍ଯ୍ୟକ୍ରମ ତ୍ରିଲୋଚନପୁର ସ୍ଥିତ ସିଆରପିଏଫ କ୍ୟାମ୍ପରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତ୍ରିଲୋଚନପୁର ପଞ୍ଚାୟତର ୮ଟି ଗ୍ରାମର ୮୦ଜଣ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଦ୍ଵାରା ଗରିବ ଆଦିବାସୀ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ କାର୍ଯ୍ୟକ୍ରମ। ୪ର୍ଥ ବାହିନୀ ସିଆରପିଏଫ କେବଳ ନକ୍ସଲ ବିରୋଧୀ ଅଭିଯାନ କରୁଛି । ସିଆରପିଏଫ ବାହିନୀର ଡି କମ୍ପାନୀ ଦ୍ଵାରା ତ୍ରିଲୋଚନପୁର ଗ୍ରାମପଞ୍ଚାୟତ ସ୍ଥିତ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ଏହି କାର୍ଯ୍ୟକ୍ରମ ୪ର୍ଥ ବାହିନୀର ଦୁର୍ଗପତି ମନୋଜ ଯାଦବଙ୍କ ନିର୍ଦେଶରେ ଦ୍ୱିତୀୟ କମାଣ୍ଡୋ ସଞ୍ଜୟ ରାଉତ ଏବଂ ଆସିଷ୍ଟାଣ୍ଟ କମାଣ୍ଡୋଙ୍କ ଦ୍ଵାରା ପରିଚାଳିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଦ୍ୱିତୀୟ କମାଣ୍ଡୋ ଅଧିକାରୀଙ୍କ ଦ୍ୱାରା ଉପସ୍ଥିତ ଗ୍ରାମବାସୀଙ୍କୁ ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ପରାମର୍ଶ ଦିଆଯାଇଥିଲା ଓ ଆଇଡି/୪ ବାହିନୀର ଅନ୍ୟାନ କର୍ମଚାରୀ ମଧ୍ୟ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ। ଉପସ୍ଥିତ ଅଞ୍ଚଳବାସୀଙ୍କ ପାଇଁ ଆହାର ବ୍ୟବସ୍ଥା କରାଯାଇଥିଲା ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories